ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି…

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସତ ମାନିଲା ପାକିସ୍ତାନ। ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି। ଭୟଙ୍କର କ୍ଷତି ସହିଥିବା ଶେଷରେ ମାନିଛି ପାକିସ୍ତାନ। ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା । ହେଲେ ପାକିସ୍ତାନ କିନ୍ତୁ […]

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସତ ମାନିଲା ପାକିସ୍ତାନ। ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି। ଭୟଙ୍କର କ୍ଷତି ସହିଥିବା ଶେଷରେ ମାନିଛି ପାକିସ୍ତାନ। ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା । ହେଲେ ପାକିସ୍ତାନ କିନ୍ତୁ ବାରମ୍ବାର ମିଛ ପ୍ରଚାର କରୁଥିଲା ଯେ ପାକ୍‍ ମାଟିରେ କୌଣସି କ୍ଷତି ହୋଇନାହିଁ । ହେଲେ ଏବେ ନିଜେ ଖୋଦ୍‍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କରିଛନ୍ତି । ଭାରତର ପ୍ରତିଶୋଧମୂଳକ ଆକ୍ରମଣରେ ତାଙ୍କର ଅନେକ ବାୟୁସେନା ଘାଟି ଧ୍ୱଂସ ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ୍‍ ସରିଫ ।

ଶେହବାଜ ସରିଫ୍‍ଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡ଼ିଓରେ ସେ କହିଛନ୍ତି ଯେ ୯ ତାରିଖ ଏବଂ ୧୦ ତାରିଖରେ ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଜେନେରୋଲ ଆସିମ୍‍ ମୁନୀର ତାଙ୍କୁ ଫୋନ୍‍ କରି କହିଥିଲେ ଯେ ଜନାବ ଭାରତ ଏବେ ବାଲାଷ୍ଟିକ୍‍ କ୍ଷେପଣାସ୍ତ୍ର ମାଡ କରିଛି । ସେଥିରୁ ନୁରଖାନ୍‍ ଏୟାରବେସରେ ଏକ ମାଡ ହୋଇଥିବା ବେଳେ କିଛି ଅନ୍ୟରେ ମଧ୍ୟ ପଡିଛି।

About The Author: The Sakala