ପ୍ରଥମ ଥର ପାଇଁ ହ୍ବାଟ୍‌ସଆପ୍‌ରେ ମାମଲା ଶୁଣାଣି କଲେ ହାଇକୋର୍ଟ

ଚେନ୍ନଇ: ମାଡ୍ରାସ ହାଇକୋର୍ଟରେ ନୂତନ ରେକର୍ଡ ପ୍ରତିଷ୍ଠା ହୋଇଛି। ଜଣେ ବିଚାରପତି ପ୍ରଥମ ଥର ପାଇଁ ହ୍ବାଟସଆପ୍‌ରେ ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ଜି ଆର ସ୍ବାମୀନାଥନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରବିବାର ନାଗେରକୋଲିରେ ଥିବାବେଳେ ମାମଲାର ଶୁଣାଣି କରିଥିଲେ। ଶ୍ରୀ ଅଭିଷ୍ଠ ବରଦରାଜା ସ୍ବାମୀ ମନ୍ଦିରର ପ୍ରସ୍ତାବିତ ରଥଯାତ୍ରା କରାଇବାକୁ ଅନୁମତି ଦେବା ଲାଗି ଏହାର ଟ୍ରଷ୍ଟି ପିଆର ଶ୍ରୀନିବାସନ ଏହି ଆବେଦନ କରିଥିଲେ। ଧାର୍ଯ୍ୟ ସମୟରେ ରଥଯାତ୍ରା ନ ହେଲେ ଗ୍ରାମ […]

ଚେନ୍ନଇ: ମାଡ୍ରାସ ହାଇକୋର୍ଟରେ ନୂତନ ରେକର୍ଡ ପ୍ରତିଷ୍ଠା ହୋଇଛି। ଜଣେ ବିଚାରପତି ପ୍ରଥମ ଥର ପାଇଁ ହ୍ବାଟସଆପ୍‌ରେ ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ଜି ଆର ସ୍ବାମୀନାଥନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରବିବାର ନାଗେରକୋଲିରେ ଥିବାବେଳେ ମାମଲାର ଶୁଣାଣି କରିଥିଲେ। ଶ୍ରୀ ଅଭିଷ୍ଠ ବରଦରାଜା ସ୍ବାମୀ ମନ୍ଦିରର ପ୍ରସ୍ତାବିତ ରଥଯାତ୍ରା କରାଇବାକୁ ଅନୁମତି ଦେବା ଲାଗି ଏହାର ଟ୍ରଷ୍ଟି ପିଆର ଶ୍ରୀନିବାସନ ଏହି ଆବେଦନ କରିଥିଲେ। ଧାର୍ଯ୍ୟ ସମୟରେ ରଥଯାତ୍ରା ନ ହେଲେ ଗ୍ରାମ ଇଶ୍ବରଙ୍କ କୋପର ସମ୍ମୁଖୀନ ହେବ ବୋଲି ସେ କହିଥିଲେ। ବିଚାରପତି କହିଥିଲେ ଯେ ଆବେଦନକାରୀଙ୍କ ଅକୁଣ୍ଠ ନିବେଦନ ଯୋଗୁଁ ସେ ହ୍ବାଟସଆପ୍‌ ମାଧ୍ୟମରେ ଏହି ମାମଲାର ଜରୁରୀ ଶୁଣାଣି କରିଥିଲେ। ଏହା ଏକ ତ୍ରିକୋଣିଅ ସେସନ ଥିଲା। ଆବେଦନକାରୀ, ଆଡଭୋକେଟ ଜେନେରାଲ ଆର ସନମୁଗସୁନ୍ଦର ଏବଂ ବିଚାରପତି ଅଲଗା ଅଲଗା ସ୍ଥାନରେ ରହି ଶୁଣାଣିରେ ସାମିଲ ହୋଇଥିଲେ। ଧରମାପୁରୀ ଜିଲ୍ଲାରେ ଥିବା ମନ୍ଦିରକୁ ନେଇ ଏହି ଶୁଣାଣି ହୋଇଥିଲା। ରଥଯାତ୍ରା ବନ୍ଦ ପାଇଁ ହିନ୍ଦୁ ରିଲିଜିୟସ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଇନ୍ସପେକ୍ଟର ଦେଇଥିବା ନିର୍ଦ୍ଦେଶକୁ କୋର୍ଟ ଖାରଜ କରିଦେଇଥିଲେ ଏବଂ କଟକଣା ସହିତ ପରମ୍ପରା ପାଳନ କରିବାକୁ ଟ୍ରଷ୍ଟିଙ୍କୁ କହିଥିଲେ।

About The Author: The Sakala