ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ବିଭିନ୍ନ ସମୟରେ ତା’ର ବ୍ୟବହାରକାରୀଙ୍କୁ ନୂଆ ସୁବିଧା ପ୍ରଦାନ କରିବା ଲାଗି ଭିନ୍ନ ଭିନ୍ନ ଫିଚର୍କୁ ପରିଚିତ କରାଏ। ଏହି କ୍ରମରେ ଏବେ ଭଏସ୍ ମେସେଜ୍କୁ ଟେକ୍ସଟ୍ରେ ରୂପାନ୍ତରିତ କରିବା ଲାଗି ନୂଆ ଫିଚର୍ ଆସିଛି। ଏହାର ନାଁ ‘ମେସେଜ ଟ୍ରାନ୍ସକ୍ରିପ୍ଟ ଫିଚର୍’। ତେବେ ସବୁ ସମୟରେ ଜଣେ ଭଏସ୍ ମେସେଜ ଶୁଣିବାକୁ ସକ୍ଷମ ନ ଥାନ୍ତି। ବେଳେ ବେଳେ ପରିବେଶ ମଧ୍ୟ ଭଏସ୍ ମେସେଜ ଲାଗି ଉପଯୁକ୍ତ ହୋଇ ନ ଥାଏ। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍ ଏବେ ମେସେଜ ଶୁଣିବା ପରିବର୍ତ୍ତେ ଏହାକୁ ପଢ଼ିବାର ସୁବିଧା ପ୍ରଦାନ କରିବ। ଯେଉଁଥିରେ ହ୍ବାଟ୍ସଆପ୍ର ମେସେଜ ଟ୍ରାନ୍ସକ୍ରିପ୍ଟ ଫିଚର୍ ଅଡିଓ ମେସେଜକୁ ଟେକ୍ସଟ୍ରେ ରୂପାନ୍ତରିତ କରିଥାଏ। ଟ୍ରାନ୍ସକ୍ରିପ୍ଟ ସିଧା ଫୋନ୍ରେ ହିଁ ତିଆରି ହୁଏ। ଏହାର ଅର୍ଥ ହେଉଛି, ହ୍ବାଟ୍ସଆପ୍ ମଧ୍ୟ ଭଏସ୍ ମେସେଜକୁ ଶୁଣି କିମ୍ବା ପଢ଼ି ପାରିବ ନାହିଁ। ଏହି ଫିଚର୍କୁ ଉପଯୋଗ କରିବା ପାଇଁ ଏହାର ସେଟିଂକୁ ଯାଇ ଚାଟ୍କୁ ଯିବାକୁ ପଡ଼ିବ। ଏହାପରେ ଭଏସ୍ ମେସେଜ ଟ୍ରାନ୍ସକ୍ରିପ୍ଟକୁ ଅନ୍ କରିବାକୁ ପଡ଼ିବ। ଏଠାରେ ନିଜ ପସନ୍ଦର ଭାଷା ଚୟନର ସୁବିଧା ମିଳେ। ଭଏସ୍ ମେସେଜକୁ ଟେକ୍ସଟ୍ରେ ଦେଖିବା ଲାଗି ଭଏସ୍ ମେସେଜ ଉପରେ ଦୀର୍ଘ ସମୟ ପ୍ରେସ୍ କରି ରଖିବାକୁ ହେବ ଏବଂ ଏହାପରେ ଟ୍ରାନ୍ସକ୍ରିବ୍ ଉପରେ ଟ୍ୟାପ୍ କରିବାକୁ ହୁଏ।
ହ୍ବାଟ୍ସଆପର ନୂଆ ଫିଚର: ଏଣିକି ଟେକ୍ସଟ୍ରେ ରୂପାନ୍ତରିତ ହେବ ଭଏସ୍ ମେସେଜ …
ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ବିଭିନ୍ନ ସମୟରେ ତା’ର ବ୍ୟବହାରକାରୀଙ୍କୁ ନୂଆ ସୁବିଧା ପ୍ରଦାନ କରିବା ଲାଗି ଭିନ୍ନ ଭିନ୍ନ ଫିଚର୍କୁ ପରିଚିତ କରାଏ। ଏହି କ୍ରମରେ ଏବେ ଭଏସ୍ ମେସେଜ୍କୁ ଟେକ୍ସଟ୍ରେ ରୂପାନ୍ତରିତ କରିବା ଲାଗି ନୂଆ ଫିଚର୍ ଆସିଛି। ଏହାର ନାଁ ‘ମେସେଜ ଟ୍ରାନ୍ସକ୍ରିପ୍ଟ ଫିଚର୍’। ତେବେ ସବୁ ସମୟରେ ଜଣେ ଭଏସ୍ ମେସେଜ ଶୁଣିବାକୁ ସକ୍ଷମ ନ ଥାନ୍ତି। ବେଳେ ବେଳେ ପରିବେଶ ମଧ୍ୟ ଭଏସ୍ ମେସେଜ ଲାଗି ଉପଯୁକ୍ତ ହୋଇ ନ ଥାଏ। ଏହାକୁ […]