ହ୍ବାଟ୍ସଆପ ଆଣିଲା ନୂଆ ଫିଚର: ଗୁଗ୍‌ଲ ମିଟ୍‌ ଓ ଜୁମ୍ ଭଳି ଏଣିକି ହ୍ବାଟ୍ସଆପରେ ସିଡ୍ଯୁଲ କରିହେବ କଲ୍

ନୂଆଦିଲ୍ଲୀ: ଭିଡିଓ କଲିଂ ପାଇଁ ସାଧାରଣତଃ ଜୁମ୍ ତଥା ଗୁଗୁଲ ମିଟ୍‌ର ବ୍ୟବହାର କରାଯାଏ। ସେହିପରି ପ୍ରଫେସନାଲ ମିଟିଂ ପାଇଁ ହ୍ବାଟ୍ସଆପ୍‌ କଲ୍‌ ମଧ୍ୟ ବ୍ୟବହାର କରାଯାଉଛି। ତେେବ ପ୍ରଫେସନାଲ ମିଟିଂକୁ ଆହୁରି ସୁବିଧାଜନକ କରିବା ପାଇଁ ଏଥିରେ ହ୍ବାଟ୍ସଆପ୍ ସେଡ୍ୟୁଲ କଲ୍‌ ଫିଚର୍‌କୁ ଯୋଡ଼ା ଯାଇଛି। ହ୍ବାଟ୍ସଆପ୍‌ର ଏହି ଫିଚର ଦ୍ବାରା ଏବେ ଗୁଗଲ ମିଟ୍ ଓ ଜୁମ୍‌ ସହ ପ୍ରତିଯୋଗିତା କରିବ ବୋଲି କୁହାଯାଉଛି। ତେବେ ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର ଗୁଗ୍‌ଲ ମିଟ୍‌ […]

ନୂଆଦିଲ୍ଲୀ: ଭିଡିଓ କଲିଂ ପାଇଁ ସାଧାରଣତଃ ଜୁମ୍ ତଥା ଗୁଗୁଲ ମିଟ୍‌ର ବ୍ୟବହାର କରାଯାଏ। ସେହିପରି ପ୍ରଫେସନାଲ ମିଟିଂ ପାଇଁ ହ୍ବାଟ୍ସଆପ୍‌ କଲ୍‌ ମଧ୍ୟ ବ୍ୟବହାର କରାଯାଉଛି। ତେେବ ପ୍ରଫେସନାଲ ମିଟିଂକୁ ଆହୁରି ସୁବିଧାଜନକ କରିବା ପାଇଁ ଏଥିରେ ହ୍ବାଟ୍ସଆପ୍ ସେଡ୍ୟୁଲ କଲ୍‌ ଫିଚର୍‌କୁ ଯୋଡ଼ା ଯାଇଛି।

ହ୍ବାଟ୍ସଆପ୍‌ର ଏହି ଫିଚର ଦ୍ବାରା ଏବେ ଗୁଗଲ ମିଟ୍ ଓ ଜୁମ୍‌ ସହ ପ୍ରତିଯୋଗିତା କରିବ ବୋଲି କୁହାଯାଉଛି। ତେବେ ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର ଗୁଗ୍‌ଲ ମିଟ୍‌ ଓ ଜୁମ୍ ଭଳି ହେବ। ଏହି ଫିଚର୍‌ ସାହାଯ୍ୟରେ ବ୍ୟବହାରକାରୀ ନିର୍ଦ୍ଦିଷ୍ଟ ସମୟରେ ମିଟିଂ ସେଡ୍ୟୁଲ କରିପାରିବେ। ଏହା ସହ ଏହି ମିଟିଂର ଲିଙ୍କ୍‌କୁ ଅନ୍ୟ ବ୍ୟବହାରକାରୀଙ୍କୁ ପଠାଇପାରିବେ। ତେବେ ହ୍ବାଟସ୍‌ଆପ୍‌ର ଆଣ୍ଡ୍ରଏଡ୍ ଭର୍ସନ ୨.୨୩.୪.୪ ବିଟା ଅପଡେଟ୍‌ରେ ଦେଖିବାକୁ ମିଳିଛି।

About The Author: The Sakala