ନୂଆଦିଲ୍ଲୀ: ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ । ଦୁର୍ଘଟଣା କରିବା ପରେ ଯୁବତୀଙ୍କୁ କାରରେ ୪ କି.ମି ଘୋଷାଡ଼ି ଘୋଷାଡ଼ି ନେଲେ ନୃଶଂସ ୫ ଯୁବକ । ଏତେବାଟ ଘୋଷାଡି ନେବା କାରଣରୁ ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଘଟଣାରେ କାର୍ ଜବତ ହୋଇଥିବେଳେ ୫ ଅଭିଯୁକ୍ତ ଅଟକ ରହିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ନିଜ କର୍ମ ସାରି ସ୍କୁଟିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ କାର ଧକ୍କା ଦେଇଥିଲା । ଏହାପରେ ୪ କିଲୋମିଟର ପର୍ଯ୍ୟନ୍ତ ଯୁବତୀଙ୍କୁ ଘୋଷାଡି ନେଇଥିଲା କାର । ଦୁର୍ଘଟଣା ପରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯିବାରୁ ଯୁବତୀଙ୍କ ଶରୀରରୁ ସବୁ କପଡା ବାହାରିଯିବା ସହ ପ୍ରାଣବାୟୁ ମଧ୍ୟ ଉଡି ଯାଇଥିଲା । ଦୁର୍ଘଟଣା ପରେ କାରର ଚକାରେ ଫଶି ଯାଇଥିପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ ବୋଲି ପୋଲିସ କହିଛି ।