ମହାକାଶରେ ୫ ଗ୍ରହଙ୍କ ବିରଳ ସଂଯୋଗ; ୨୦୪୦ ପର୍ଯ୍ୟନ୍ତ ଆଉ ଦେଖିବାକୁ ମିଳିବନି ଏଭଳି ଦୃଶ୍ୟ

ନୂଆଦିଲ୍ଲୀ: ମହାକାଶରେ ଏକାଠି ହେବାକୁ ଯାଉଛନ୍ତି ୫ ଗ୍ରହ। ଶୁକ୍ରବାର ଠାରୁ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ବୁଧ,ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଏକାଠି ଗୋଟିଏ ରେଖାରେ ଏକାଠି ହେବେ। ପୃଥିବୀ ପୃଷ୍ଠରୁ ଏହି ଗ୍ରହମାନଙ୍କର ପୁଞ୍ଜ ଦେଖି ହେବ। ବୈଜ୍ଞାନିକମାନଙ୍କ ମତ ଅନୁସାରେ ଏଭଳି ବିରଳ ଘଟଣା ସବୁବେଳେ ଘଟେ ନାହିଁ। ପୂର୍ବରୁ ୨୦୦୪ରେ ୫ ଗ୍ରହ ଏକାଠି ହୋଇଥିଲେ। ଚଳିତବର୍ଷ ପୁଣିଥରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ଆଗକୁ ୨୦୪୦ ପର୍ଯ୍ୟନ୍ତ […]

ନୂଆଦିଲ୍ଲୀ: ମହାକାଶରେ ଏକାଠି ହେବାକୁ ଯାଉଛନ୍ତି ୫ ଗ୍ରହ। ଶୁକ୍ରବାର ଠାରୁ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ବୁଧ,ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଏକାଠି ଗୋଟିଏ ରେଖାରେ ଏକାଠି ହେବେ। ପୃଥିବୀ ପୃଷ୍ଠରୁ ଏହି ଗ୍ରହମାନଙ୍କର ପୁଞ୍ଜ ଦେଖି ହେବ। ବୈଜ୍ଞାନିକମାନଙ୍କ ମତ ଅନୁସାରେ ଏଭଳି ବିରଳ ଘଟଣା ସବୁବେଳେ ଘଟେ ନାହିଁ। ପୂର୍ବରୁ ୨୦୦୪ରେ ୫ ଗ୍ରହ ଏକାଠି ହୋଇଥିଲେ। ଚଳିତବର୍ଷ ପୁଣିଥରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ଆଗକୁ ୨୦୪୦ ପର୍ଯ୍ୟନ୍ତ ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଆକାଶରେ ଗ୍ରହଗୁଡ଼ିକ ଏକାଠି ହେଲାପରି ଦେଖାଗଲେ ବି ଏମାନଙ୍କ ମଧ୍ୟରେ ନିୟୁତ ନିୟୁତ କିମି ଦୂରତ୍ୱ ରହିଥାଏ। ତେବେ କେବଳ ସୂର୍ଯ୍ୟ ଚାରି ପାଖରେ ନିଜ ନିଜ କକ୍ଷରେ ଏଗୁଡିକ ଗୋଟିଏ ସରଳ ରେଖାରେ ଏକାଠି ହେବେ। ଆଜି ଠାରୁ ଆରମ୍ଭ ହେବାକୁ ଥିବା ଏହି ଦୃଶ୍ୟ ସୋମବାର ପର୍ଯ୍ୟନ୍ତ ଚାଲିବ। ତେବେ ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ସମୟରେ ଏହି ଦୃଶ୍ୟ ଦେଖିହେବ। ଉତ୍ତର ଗୋଲାର୍ଦ୍ଧରେ ରହୁଥିବା ଲୋକମାନେ ଏହି ବିରଳ ଦୃଶ୍ୟକୁ ସୂର୍ଯ୍ୟୋଦୟର ୪୫ ରୁ ୯୦ ମିନିଟ ପୂର୍ବରୁ ଦେଖିପାରିବେ ବୋଲି ବୈଜ୍ଞାନିକମାନେ କହିଛନ୍ତି।

About The Author: The Sakala