ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ୍ଟ କରାଇଥିଲେ । ଟେଷ୍ଟ ପରେ ତାଙ୍କର କୋଭିଡ-୧୯ ପଜିଟିଭ ଆସିଛି । ସେ ଏ ନେଇ ନିଜେ ଟ୍ବିଟ କରି ଜଣାଇଛନ୍ତି।
ସେ ଟ୍ବିଟରେ ଲେଖିଛନ୍ତି ଯେ, ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ସୁସ୍ଥ ଥିବା ଅଧିକାରୀମାନେ ପୂର୍ବଭଳି କୋଭିଡ-୧୯କୁ କିପରି କାବୁ କରାଯାଇ ପାରିବ ସେ ନେଇ କାର୍ଯ୍ଯ ଜାରୀ ରଖନ୍ତୁ। ଏପ୍ରିଲ ୧୯ରେ ଲକଡାଉନ ଘୋଷଣା କରାଯିବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳଙ୍କୁ ଭେଟିଥିଲେ।