ଆରମ୍ଭ ହେଲା ଅତିଭୀଷଣ ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ପ୍ରକ୍ରିୟା : ଗୁଜରାଟ ଉପକୂଳରେ ମଧ୍ୟରାତ୍ର ଯାଏ କରିବ ତାଣ୍ଡବ

ନୂଆଦିଲ୍ଲୀ : ଲ୍ୟାଣ୍ଡଫଲ କରୁଛି ଅତିଭୀଷଣ ବାତ୍ୟା ବିପର୍ଯ୍ୟୟ। ଗୁଜରାଟ ଉପକୂଳରେ ଏହା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଛି। ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ର ଯାଏ ଚାଲୁ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନାର ଅନୁଯାୟୀ, ପୂର୍ବ ଆକଳନ ଅନୁସାରେ କଚ୍ଛ ଜିଲ୍ଲାର ଜଖୌ ପୋର୍ଟ ନିକଟରେ ଏହା ଲ୍ୟାଣ୍ଡଫଲ କରିଛି। କରାଚି ଓ ମାଣ୍ଡଭି ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। ବର୍ତ୍ତମାନ […]

ନୂଆଦିଲ୍ଲୀ : ଲ୍ୟାଣ୍ଡଫଲ କରୁଛି ଅତିଭୀଷଣ ବାତ୍ୟା ବିପର୍ଯ୍ୟୟ। ଗୁଜରାଟ ଉପକୂଳରେ ଏହା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଛି। ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ର ଯାଏ ଚାଲୁ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନାର ଅନୁଯାୟୀ, ପୂର୍ବ ଆକଳନ ଅନୁସାରେ କଚ୍ଛ ଜିଲ୍ଲାର ଜଖୌ ପୋର୍ଟ ନିକଟରେ ଏହା ଲ୍ୟାଣ୍ଡଫଲ କରିଛି। କରାଚି ଓ ମାଣ୍ଡଭି ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। ବର୍ତ୍ତମାନ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୧୦୦ କିମି ରହିଛି। ଏହାପରେ ଏହା ୧୨୦ରୁ ୧୪୦ କିମି ଛୁଇଁବ। ବାତ୍ୟାର ଆଖି ଏବେ ଧୀରେଧୀରେ ସ୍ଥଳ ଭାଗ ଆଡ଼କୁ ଆସୁଛି।

ଘଣ୍ଟାପ୍ରତି ଏହା ୧୫ କିମି ବେଗରେ ଗତି କରୁଛି। ସ୍ଥଳର ଭାଗ ଅତିକ୍ରମ କରିବାକୁ ବାତ୍ୟାର ଆଖିକୁ ପ୍ରାୟ ୫ ଘଣ୍ଟା ସମୟ ଲାଗିବ। ବାତ୍ୟା ସ୍ଥଳ ଭାଗକୁ ଯେତିକି ଅତିକ୍ରମ କରିବ ପବନ ଓ ବର୍ଷାର ପରିମାଣ ସେତିକି ବଢ଼ିବ। ବାତ୍ୟା ବିପର୍ଯ୍ୟୟ ସୌରାଷ୍ଟ୍ର ଓ କଚ୍ଛ ସହ ସମାନ୍ତରଳ ଭାବେ ପାକିସ୍ତାନ ଉପକୂଳ ଦେଇ ଜଖୌ ପୋର୍ଟ ମଧ୍ୟରାତ୍ର ସୁଦ୍ଧା ଅତିକ୍ରମ କରିବ ବୋଲି ବିଭାଗ ସୂଚନା ଦେଇଛି।

ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଲାଣ୍ଡଫଲ୍ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ ଓ ଏହି ସମୟ ସବୁଠାରୁ ବିପଦପୂର୍ଣ୍ଣ ରହିବ । ଏଣୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଲାଣ୍ଡଫଲ୍ ପରେ ଏହି ବାତ୍ୟା ଧୀରେ ଧୀରେ ଦୂର୍ବଳ ହୋଇଯିବ ଓ ଶୁକ୍ରବାର ସୁଦ୍ଧା ଏହାର ପ୍ରଭାବ ବିଶେଷ ରହିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରି ବ୍ୟାପକ କ୍ଷୟକ୍ଷତି କରିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ସମୁଦ୍ରରେ ମଧ୍ୟ ବଡ଼ବଡ଼ ଜୁଆର ଉଠିବାରଆ ଲାଗିଛି। ଉପକୂଳ ଅଞ୍ଚଳରୁ ବାତ୍ୟାକୁ ଦୃଷ୍ଟିରେ ରଖି ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନୌସେନା, ଆର୍ମି ଓ ବାୟୁସେନା ମଧ୍ୟ ଆଲର୍ଟ ମୋଡରେ ରହିଛନ୍ତି।

ଅନ୍ୟପଟେ ବାତ୍ୟା ପାଇଁ ୯ଜିଲ୍ଲାକୁ ହାଇଆର୍ଲଟର ରଖାଯାଇଛି । ସେହିପରି ଏକଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜୁନାଗଡ଼, ଜାମନଗର, ପୋରବନ୍ଦର, ଦ୍ୱାରାକା, ଗିର୍ ସୋମନାଥ,ମୋରବୀ, ରାଜକୋଟ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସ୍ଥିତି ଉପରେ ନଜର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଏନଡିଆରଏଫ, ସେନା ପକ୍ଷରୁ ସ୍ଥିତି ସମୀକ୍ଷା ବୈଠକ କରାଯାଇଥିଲ । ସବୁପ୍ରକାର ସ୍ଥିତିରେ ମୁକାବିଲା ପାଇଁ ତିନ ସେନାକୁ ଆଲର୍ଟରେ ରଖାଯାଇଛି। ସମୁଦ୍ରନିକଟବର୍ତୀ ସ୍ଥାନକୁ ଖାଲି କରାଯିବା ସହ ୧୨୦ ଗାଁର ଲୋକଙ୍କୁ ସୁରକ୍ଷିତ ଭାବେ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା ଗୁଜରାଟରେ ମୋଟ ୧୮ଟି ଏନଡିଆରଏଫ ୧୨ଟି ଏସଡିଆରଏଫ ଟିମକୁ ନିୟୋଜିତ କରାଯାଇଥିବାବେଳେ ଦାମନ ଡିୟୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନରେ ମଧ୍ୟ ଏନଡିଆରଏଫ ଟିମକୁ ମୃତୟନ କରାଯାଇଛି । ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଗୁଜରାଟର ବିମାନସେବା ବନ୍ଦ ରଖାଯାଇଥିବାବେଳେ ଟ୍ରେନର କିଛି ରୁଟରେ ପରିବର୍ତନ କରାଯାଇଛି । ସେହିପରିି ପ୍ରଭାବିତ ଅଂଚଳରେ ଥିବା ସମସ୍ତ ସ୍କୁଲକୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

About The Author: The Sakala