ଆସନ୍ତାକାଲି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ବିପର୍ଯ୍ୟୟ’, ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଗାନ୍ଧୀନଗର: ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ଏହି ଘୂର୍ଣ୍ଣିବାତ୍ୟା ପୋରବନ୍ଦରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି।ବାତ୍ୟାକୁ ଦେଖି ମଙ୍ଗଳବାର ସୁଦ୍ଧା ଗୁଜୁରାଟ ସରକାର ପାଖାପାଖି ୪୪,୦୦୦ ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିସାରିଛନ୍ତି। ବାତ୍ୟା ଯୋଗୁ ପ୍ରବଳ ବର୍ଷା […]

ଗାନ୍ଧୀନଗର: ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ଏହି ଘୂର୍ଣ୍ଣିବାତ୍ୟା ପୋରବନ୍ଦରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି।ବାତ୍ୟାକୁ ଦେଖି ମଙ୍ଗଳବାର ସୁଦ୍ଧା ଗୁଜୁରାଟ ସରକାର ପାଖାପାଖି ୪୪,୦୦୦ ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିସାରିଛନ୍ତି।

ବାତ୍ୟା ଯୋଗୁ ପ୍ରବଳ ବର୍ଷା ହେବ। ତେଣୁ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଏଥିପାଇଁ ଆର୍ମିକୁ ମଧ୍ୟ ଷ୍ଟାଣ୍ଡବାଇରେ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ସୌରାଷ୍ଟ୍ର ଓ କଚ୍ଛ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି। ଏବେ ଠାରୁ ହିଁ ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଛି। କାଲି ଠାରୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହେଉଛି।

ଅଧିକାରୀଙ୍କ ଅନୁଯାୟୀ, ଅନେକ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଦଳ ଷ୍ଟାଣ୍ଡବାଇରେ ଅଛନ୍ତି। ରିଲିଫ୍ କାର୍ଯ୍ୟରେ ସହାୟତା କରିବାକୁ ସେନା ମଧ୍ୟ ପ୍ରସ୍ତୁତ ରହିଛି। ଏବଂ ପ୍ରଶାସନିକ ଅଧିକାରୀଙ୍କ ସହିତ ମିଶି ସମସ୍ତ କାର୍ଯ୍ୟ କରୁଛି।

ଅହମ୍ମଦାବାଦ ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତିଙ୍କ କହିବା ଅନୁଯାୟୀ ,ଆସନ୍ତାକାଲି ସନ୍ଧ୍ୟାରେ ଜାଖାଓ ବନ୍ଦର ନିକଟରେ କଚ୍ଛର ମାଣ୍ଡୱି ଓ ପାକିସ୍ତାନର କରାଚି ମଧ୍ୟରେ ଘୂର୍ଣ୍ଣିବଳୟ ଅତିକ୍ରିମ କରିବ ପୂର୍ବାନୁମାନ କରାଯାଉଛି। ଏନେଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାତ୍ୟା ସମୀକ୍ଷା ବୈଠକ କରି ସ୍ଥିତି ପରଖିଥିଲେ। ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

About The Author: The Sakala