ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: ଘର ସମ୍ଭାଳିବା ମୂଲ୍ୟ ଚାକିରିଆଙ୍କ ଦରମାଠୁ କମ୍ ନୁହେଁ

ନୂଆଦିଲ୍ଲୀ: ଘର ସମ୍ଭାଳୁଥିବା ମହିଳା ଚାକିରିଆଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ଘର ସମ୍ଭାଳିବା କାର୍ଯ୍ୟର ମୂଲ୍ୟ ଅଫିସରେ କାମ କଲେ ମିଳୁଥିବା ଦରମାଠାରୁ କମ୍ ନୁହେଁ। ଏପରି କାର୍ଯ୍ୟର ବହୁମୂଲ୍ୟ ରହିଛି। ଘର କାର୍ଯ୍ୟ ପରିଚାଳନା କରୁଥିବା ମହିଳାଙ୍କ ସମ୍ମାନ ସବୁଠାରୁ ଉଚ୍ଚରେ। ତାଙ୍କର ଯୋଗଦାନକୁ ଟଙ୍କା ସହ ତୁଳନା କରିହେବ ନାହିଁ। ଏପରି କରିବା କଷ୍ଟସାଧ୍ୟ। ପରିବାରରେ ଦରମା ପାଉଥିବା ଲୋକଙ୍କୁ ଭଳି ଘର ସମ୍ଭାଳୁଥିବା ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି […]

ନୂଆଦିଲ୍ଲୀ: ଘର ସମ୍ଭାଳୁଥିବା ମହିଳା ଚାକିରିଆଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ଘର ସମ୍ଭାଳିବା କାର୍ଯ୍ୟର ମୂଲ୍ୟ ଅଫିସରେ କାମ କଲେ ମିଳୁଥିବା ଦରମାଠାରୁ କମ୍ ନୁହେଁ। ଏପରି କାର୍ଯ୍ୟର ବହୁମୂଲ୍ୟ ରହିଛି। ଘର କାର୍ଯ୍ୟ ପରିଚାଳନା କରୁଥିବା ମହିଳାଙ୍କ ସମ୍ମାନ ସବୁଠାରୁ ଉଚ୍ଚରେ। ତାଙ୍କର ଯୋଗଦାନକୁ ଟଙ୍କା ସହ ତୁଳନା କରିହେବ ନାହିଁ। ଏପରି କରିବା କଷ୍ଟସାଧ୍ୟ। ପରିବାରରେ ଦରମା ପାଉଥିବା ଲୋକଙ୍କୁ ଭଳି ଘର ସମ୍ଭାଳୁଥିବା ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୃହିଣୀଙ୍କ ମୃତ୍ୟୁରେ କମ୍ ଅନୁକମ୍ପାମୂଳକ ସହାୟତା ଦିଆଯିବା ମାମଲାର ବିଚାର କରି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି। ଏହା ସହିତ କ୍ଷତିପୂରଣ ରାଶିକୁ ଅଢ଼େଇ ଲକ୍ଷରୁ ଛଅ ଲକ୍ଷକୁ ବୃଦ୍ଧି କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ଏହା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଟ୍ରିବ୍ୟୁନାଲ ଏବଂ ଅଦାଲତଗୁଡ଼ିକ ଏଭଳି ମାମଲାରେ ଏକ ଆନୁମାନିକ ମୂଲ୍ୟ ଧାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି।
ସୁପ୍ରିମକୋର୍ଟ ୨୦୦୬ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରର ଆବେଦନର ଶୁଣାଣି କରୁଥିଲେ। ଏହି ମାମଲାରେ ମହିଳା ଗୃହିଣୀ ହୋଇଥିବାରୁ ଟ୍ରିବ୍ୟୁନାଲ ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ପରିବାର ଦାଏର କରିଥିବା ଆବେଦନକୁ ହାଇକୋର୍ଟ ୨୦୧୭ରେ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି କହିଥିଲେ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କାହାର ମୃତ୍ୟୁର କ୍ଷତିପୂରଣକୁ ତାହାର ସର୍ବନିମ୍ନ ଆୟ ଏବଂ ଜୀବନଧାରଣ ମୂଲ୍ୟ ସହ ତୁଳନା କରାଯାଇଛି। ଟ୍ରିବ୍ୟୁନାଲ ଯେଉଁ କ୍ଷତିପୂରଣ ଧାର୍ଯ୍ୟ କରିଛନ୍ତି ତାହା ଦିନ ମଜୁରିଆଙ୍କଠାରୁ ବି କମ। ହାଇକୋର୍ଟ ମଧ୍ୟ ଏଥିରେ ତ୍ରୁଟି ଥିବା ଦେଖି ପାରି ନ ଥିଲେ। ଘର କାମ କରୁଥିବା ମହିଳାଙ୍କ ମୂଲ୍ୟ ଦିନ ମଜୁରିଆଙ୍କଠାରୁ କମ୍ କେମିତି ହେବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଭଳି ଆଭିମୁଖ୍ୟକୁ ଆଦୌ ଗ୍ରହଣ କରାଯିବ ନାହିଁ।

About The Author: The Sakala