ଚାଇନାର ଲୋନ୍‌ ନେଟୱର୍କ : ବିଶ୍ବର ୧୬୫ ଦେଶ ନେଇଛନ୍ତି ଋଣ, ଶ୍ରୀଲଙ୍କା ପରି ଖରାପ ହେବନି ତ ଅବସ୍ଥା?

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଅବସ୍ଥା ଅତ୍ୟନ୍ତ ଖରାପ।  ଦିନକୁ ଦିନ ପରିସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି । ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ବଢିବାରେ ଲାଗିଛି । ଦେଶରେ ଦିନକୁ ଦିନ ଆର୍ଥିକ ସଙ୍କଟ ବଢୁଥିବାରୁ ଅନିଶ୍ଚିତତା ଭିତରକୁ ଠେଲି ହେଇଯାଉଛି ଶ୍ରୀଲଙ୍କାର ଭାଗ୍ୟ । ଦେଶରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଶ୍ରୀଲଙ୍କା ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଠାରୁ ଋଣ କରିବାକୁ ଯୋଜନା କରୁଥିବା ଜଣାପଡିଛି। ଅନିଶ୍ଚିତତା ଓ […]

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଅବସ୍ଥା ଅତ୍ୟନ୍ତ ଖରାପ।  ଦିନକୁ ଦିନ ପରିସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି । ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ବଢିବାରେ ଲାଗିଛି । ଦେଶରେ ଦିନକୁ ଦିନ ଆର୍ଥିକ ସଙ୍କଟ ବଢୁଥିବାରୁ ଅନିଶ୍ଚିତତା ଭିତରକୁ ଠେଲି ହେଇଯାଉଛି ଶ୍ରୀଲଙ୍କାର ଭାଗ୍ୟ । ଦେଶରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଶ୍ରୀଲଙ୍କା ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଠାରୁ ଋଣ କରିବାକୁ ଯୋଜନା କରୁଥିବା ଜଣାପଡିଛି। ଅନିଶ୍ଚିତତା ଓ ସମସ୍ୟାର ବୋଝ ଦେଇ ଗତି କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଛି।

ଖାଦ୍ୟ ଏବଂ ପାନୀୟର ଅଭାବ ଦେଖାଦେଇଛି ଏବଂ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ରାସ୍ତାରେ ବିରୋଧ କରୁଛନ୍ତି । ଶ୍ରୀଲଙ୍କାରେ ଖାଦ୍ୟ ମୁଦ୍ରାସ୍ଫୀତି ୩୦ ପ୍ରତିଶତରେ ପହଞ୍ଚିଛି।ବର୍ତ୍ତମାନ ଔଷଧ ଏବଂ କ୍ଷୀର ପାଉଡରର ଘୋର ଅଭାବ ଦେଖିବାକୁ ମିଳୁଛି। ଆର୍ଥିକ ସଙ୍କଟ ଭିତରେ ସରକାରଙ୍କ ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।  ଏପରି ପରିସ୍ଥିତିରେ, ଏହା ମଧ୍ୟ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏକ ସୁନ୍ଦର, ସମୃଦ୍ଧ ଜୀବନଯାପନ କରୁଥିବା ଶ୍ରୀଲଙ୍କାରେ ହଠାତ୍ ଏହି ସଙ୍କଟର ପର୍ବତ କିପରି ମାଡିଆସିଲା।

ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଶ୍ରୀଲଙ୍କାର ଏହି ଗୁରୁତର ସଙ୍କଟରେ ଫସି ରହିବାର ଏକ ପ୍ରମୁଖ କାରଣ ହେଉଛି ଚାଇନାରୁ ନିଆଯାଇଥିବା ଋଣ। ଏହାପୂର୍ବରୁ ଶ୍ରୀଲଙ୍କା ସରକାର ଅଧିକ ସୁଧ ହାରରେ ଋଣ ନେଇ ବହୁ ସ୍ଥାନରେ ବିନିଯୋଗ କରିଥିଲେ କିନ୍ତୁ ରିଟର୍ଣ୍ଣ ପାଇନଥିଲେ। ବର୍ତ୍ତମାନ ସମାନ ଋଣ ଶ୍ରୀଲଙ୍କାର ସଙ୍କଟର ମୁଖ୍ୟ କାରଣ।୨୦୨୧ ମସିହାରେ ଶ୍ରୀଲଙ୍କାର ଜିଡିପି ପ୍ରାୟ ୮୧ ବିଲିୟନ ଡ଼ଲାର ଥିଲା। ଯେତେବେଳେ କି ଶ୍ରୀଲଙ୍କା ଉପରେ ଚୀନ୍‌ର ପ୍ରାୟ 8 ବିଲିୟନ ଡଲାରର ଋଣ ଥିଲା। ତେବେ ଶ୍ରୀଲଙ୍କା ପ୍ରଥମ ଦେଶ ନୁହେଁ ଯିଏକି ଚାଇନାର ଋଣ ଜାଲରେ ପଡି ଆଜି ହଇରାଣ ହେଉଛି। ଏହାପୂର୍ବରୁ ଭାରତର ପଡୋଶୀ ପାକିସ୍ଥାନ, ମିଆଁମାର, ମାଲଦ୍ୱୀପ ମଧ୍ୟ ଚାଇନାର ଲୋନ ନେଇ ହଇରାଣ ହୋଇଛନ୍ତି। ଚାଇନା ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା, ପାକିସ୍ଥାନ, ମିଆଁମାର, ମାଲଦ୍ୱୀପ ଓ ବାଂଲାଦେଶ ସମେତ ବିଶ୍ବର ୧୬୫ଟି ଦେଶକୁ ଋଣ ଦେଇଛି। ଯାହାଙ୍କ ପରିସ୍ଥିତି ଆଗକୁ ଶ୍ରୀଲଙ୍କା ପରି ନହେବ ତାହା କହିହେବ ନାହିଁ।

ଗରିବ ଦେଶକୁ ଟାର୍ଗେଟ କରୁଛି ଚୀନ୍ 

ରିସର୍ଚ୍ଚ ଲ୍ୟାବ AID DATA ର ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ପୃଥିବୀର ୧୬୫ ଟି ଦେଶରେ ୧୩,୪୨୭ ପ୍ରକଳ୍ପରେ ୮୪୩ ବିଲିୟନ ଡ଼ଲାର ବିନିଯୋଗ କରିଛି । ଯେଉଁଥି ପାଇଁ ଚାଇନାର ୩୦୦ ରୁ ଅଧିକ ସରକାରୀ ଆର୍ଥିକ ପ୍ରତିଷ୍ଠାନ (ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀ) ଋଣ ଦେଇଛନ୍ତି। ଏଥିରେ ଧ୍ୟାନ ଦେବା କଥା ହେଉଛି ଚୀନ୍ କେବଳ ଗରିବ ଦେଶମାନଙ୍କୁ ଏହି ଋଣ ଦେଇଛି। ଏହାରି ମଧ୍ୟରେ ଏପରି ୪୨ ଟି ଦେଶ ଅଛି ଯାହାଙ୍କର ଚାଇନାଠୁ ନେଇଥିବା ମୋଟ୍‌ ଋଣ ତାଙ୍କ ନିଜ ଜିଡିପିର ୧୦ ପ୍ରତିଶତରୁ ଅଧିକରେ ପହଞ୍ଚିଛି।

ଚୀନରୁ କେତେ ଋଣ ନେଇଛି ପାକିସ୍ତାନ 

ଆଇଏମଏଫ, ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ପାକିସ୍ତାନ ଉପରେ ଥିବା ମୋଟ ବିଦେଶୀ ଋଣରୁ କେବଳ ଚାଇନାର ୨୭.୧ ପ୍ରତିଶତ ଅଟେ। ଏଥି ସହିତ ଶ୍ରୀଲଙ୍କାରେ୧୭.୭୭ ପ୍ରତିଶତ, ମାଲଦ୍ୱୀପରେ ୨୦ ପ୍ରତିଶତ, ବାଂଲାଦେଶରେ ୬.୮୧ ପ୍ରତିଶତ ଏବଂ ନେପାଳର ମୋଟ ବିଦେଶୀ ଋଣର ୩.୩୯ ପ୍ରତିଶତ କେବଳ ଚାଇନାରୁ ଆସିଛି।

ଚୀନ୍‌ର ଋଣ ଅନ୍ୟ ଦେଶ ତୁଳନାରେ ୩-୪ ଗୁଣ ମହଙ୍ଗା ଅଟେ

ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସବୁଠାରୁ ବଡ ସମସ୍ୟା ହେଉଛି ଚୀନ୍ ଠାରୁ ପ୍ରାପ୍ତ ଋଣ ଉପରେ କୌଣସି ଣସି ରିହାତି ମିଳୁନାହିଁ। ଏହି ସଙ୍କଟରେ ଚୀନ୍ କେବଳ ଶ୍ରୀଲଙ୍କା ଛାଡିନାହିଁ, ବରଂ ଋଣ ପରିଶୋଧ କରିବାରେ ମଧ୍ୟ କୌଣସି ଅଧିକ ସମୟ ମଧ୍ୟ ଦେଉନାହିଁ। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ପାଇଁ ମହଙ୍ଗା ଋଣ ଏକ ବଡ ସମସ୍ୟା ପାଲଟିଛି। AID DATA ର ରିପୋର୍ଟ ଅନୁଯାୟୀ ଚାଇନା ସାଧାରଣତ ୪.୪.୨ ପ୍ରତିଶତ ସୁଧ ହାରରେ ଅନ୍ୟ ଦେଶକୁ ଋଣ ଦେଇଛି। ଯେଉଁଠାରେ ଜାପାନ, ଜର୍ମାନୀ, ଫ୍ରାନ୍ସ ପରି ଦେଶଗୁଡିକ ୧.୧ ପ୍ରତିଶତ ସୁଧରେ ଋଣ ଦିଅନ୍ତି । ଏହା ବ୍ୟତୀତ ଚାଇନା ମଧ୍ୟ ଋଣ ଅବଧି ବହୁତ କମ୍ ରଖିଛି । ଚାଇନା ୧୦ ବର୍ଷ ପାଇଁ ଅଧିକାଂଶ ଦେଶକୁ ଋଣ ଦେଇଛି । ଅନ୍ୟପକ୍ଷରେ, ଜାପାନ, ଜର୍ମାନୀ, ଫ୍ରାନ୍ସ, OECD-ADC ପରି ଦେଶଗୁଡିକ ୨୮ ବର୍ଷ ଅବଧିରେ ଋଣ ଦିଅନ୍ତି ।

About The Author: The Sakala