ନୂଆଦିଲ୍ଲୀ: ୧୯୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବାବେଳେ ‘ଆକାଶ ଏୟାର’ର ବିମାନ ସହ ମାଡ଼ ହେଲା ପକ୍ଷୀ । ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଦିଲ୍ଲୀ ବିମାନବନ୍ଦରରେ ଏହାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଅଳ୍ପକେ ବର୍ତ୍ତିଲେ ବିମାନରେ ଥିବା ସମସ୍ତ ଯାତ୍ରୀ ।
ଆକାଶ ଏୟାରଲାଇନ୍ସର ବୋଇଂ 737 ମାସ୍କ-8 ଏୟାରକ୍ରାଫ୍ଟ ବିମାନଟି ଭୂପୃଷ୍ଠରୁ ୧୯୦୦ ଫିଟ୍ ଉପରେ ଉଡ଼ୁଥିବା ବେଳେ ପକ୍ଷୀମାଡ଼ ହୋଇଥିଲା । ଲ୍ୟାଣ୍ଡିଂ ପରେ ବିମାନ କିଛି ମାତ୍ରରେ କ୍ଷତିଗ୍ରସ୍ତ ହୋଇଥିବାର ଦେଖିବାକୁ ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି।