ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଉଡ଼ାଇଦେବାକୁ ଧମକ, ଅଲ କାଏଦା ନାଁରେ ପୋଲିସକୁ ମେଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଡ଼ାଇଦେବା ଲାଗି ଧମକ । ପୋଲିସକୁ ମିଳିଛି ଏମିତି ଏକ ଧମକପୂର୍ଣ୍ଣ ଇମେଲ । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇଦିଆଯାଇଛି । ଦିଲ୍ଲୀ ପୋଲିସ ନିକଟକୁ ବିମାନ ବନ୍ଦର ଉଡ଼ାଇଦେବା ଲାଗି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସଜାଗ ହୋଇଛି ଦିଲ୍ଲୀ ପୋଲିସ । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ ବିମାନବନ୍ଦରରେ କଡା […]

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଡ଼ାଇଦେବା ଲାଗି ଧମକ । ପୋଲିସକୁ ମିଳିଛି ଏମିତି ଏକ ଧମକପୂର୍ଣ୍ଣ ଇମେଲ । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇଦିଆଯାଇଛି । ଦିଲ୍ଲୀ ପୋଲିସ ନିକଟକୁ ବିମାନ ବନ୍ଦର ଉଡ଼ାଇଦେବା ଲାଗି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସଜାଗ ହୋଇଛି ଦିଲ୍ଲୀ ପୋଲିସ । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ india.212@protonmail.comରେ ଏହି ଇ-ମେଲ୍‌ ଆସିଥିଲା। ଏହାର ସବଜେକ୍ଟରେ ଲେଖିଥିଲା, ‘ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ ଷଡଯନ୍ତ୍ର’। ଏକ ଦମ୍ପତିଙ୍କ ନାଁରେ ଏହି ଧମକ ଆସିଛି।

କରଣବୀର ସୁରି ଓରଫ ମହମ୍ମଦ ଜାଲାଲ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଏ ଦୁହେଁ ଆସନ୍ତା ଦିନେରୁ ତିନି ଦିନ ମଧ୍ୟରେ ବିମାନବନ୍ଦରରେ ବୋମା ଲଗାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଇ-ମେଲ୍‌ରେ ଲୋଖା ହୋଇଛି।

About The Author: The Sakala