ଯୌନ ସମ୍ପର୍କ ରଖି ବିବାହ ନ କଲେ ଏହାକୁ ଠକେଇ ବୋଲି କୁହାଯାଇ ପାରିବ ନାହିଁ: ହାଇକୋର୍ଟ

The Sakala Picture
Published On

ମୁମ୍ବଇ: ଯୌନ ସମ୍ପର୍କ ରଖି ବିବାହ ନ କଲେ ମଧ୍ୟ ଏହାକୁ ଠକେଇ ବୋଲି କୁହାଯାଇ ପାରିବ ନାହିଁ ବୋଲି ଏକ ମାମଲାର ବିଚାର ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ୨୫ ବର୍ଷ ପରେ ଏହି ମାମଲାର ଅଭିଯୁକ୍ତ ନିର୍ଦ୍ଧିଷ ସାବ୍ୟସ୍ତ ହୋଇଛନ୍ତି। ହାଇକୋର୍ଟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯେ ଅଭିଯୋଗକାରିଣୀ ଭ୍ରମରେ ପଡ଼ି ଯୌନ ସମ୍ପର୍କ ପାଇଁ ସହମତି ପ୍ରଦାନ […]

ମୁମ୍ବଇ: ଯୌନ ସମ୍ପର୍କ ରଖି ବିବାହ ନ କଲେ ମଧ୍ୟ ଏହାକୁ ଠକେଇ ବୋଲି କୁହାଯାଇ ପାରିବ ନାହିଁ ବୋଲି ଏକ ମାମଲାର ବିଚାର ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ୨୫ ବର୍ଷ ପରେ ଏହି ମାମଲାର ଅଭିଯୁକ୍ତ ନିର୍ଦ୍ଧିଷ ସାବ୍ୟସ୍ତ ହୋଇଛନ୍ତି। ହାଇକୋର୍ଟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯେ ଅଭିଯୋଗକାରିଣୀ ଭ୍ରମରେ ପଡ଼ି ଯୌନ ସମ୍ପର୍କ ପାଇଁ ସହମତି ପ୍ରଦାନ କରିବାର ପ୍ରମାଣ ମିଳୁ ନାହିଁ । ଅପରପକ୍ଷରେ ବିବାହକୁ ପ୍ରତ୍ୟାଖ୍ୟାନ କରିବା ଆଇପିସିର ଧାରା ୪୧୭ ଅନୁଯାୟୀ ଅପରାଧ ନୁହେଁ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏହି ମାମଲାଟି ୧୯୯୬ ମସିହାର ହୋଇଥିଲା ବେଳେ ପୀଡ଼ିତା ଜଣେ ବ୍ୟକ୍ତିଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଠକେଇ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ଅଭିଯୁକ୍ତ ଜଣକ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ବିବାହ ପାଇଁ ମନା କରିଦେଇଥିଲେ ଏତଲାକୁ ଆଧାର କରି ଆଇପିସି ଧାରା ୩୭୬ (ଦୁଷ୍କର୍ମ) ଏବଂ ୪୧୭ (ଠକେଇ) ମାମଲା ରୁଜୁ କରାଯାଇଥିଲା। ଏହାକୁ ନେଇ କୋର୍ଟରେ ଦୀର୍ଘଦିନ ଧରି ମାମଲା ଚାଲିଥିଲା ବେଳେ ସମସ୍ତ ଅଭିଯୋଗକୁ ଅଭିଯୁକ୍ତ ଖଣ୍ଡନ କରିଥିଲେ। ତେବେ ୩ ବର୍ଷ ପରେ ପାଲଘର ଅତିରିକ୍ତ ବିଚାରପତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ହୋଇଥିଲା। ଏହା ପରେ ଅଭିଯୁକ୍ତ ଜଣକ ହାଇକୋର୍ଟ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର