କାବେରୀ ଜଳ ବିବାଦ: ତାମିଲନାଡୁର ଅତିରିକ୍ତ ଜଳ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କାବେରୀ ନଦୀ ଜଳ ବିବାଦ ମାମଲା । ତାମିଲନାଡୁର ଆବେଦନକୁ ଅଗ୍ରାହ୍ୟ କଲେ ସର୍ବୋଚ୍ଚ କୋର୍ଟ । ସୁପ୍ରିମକୋର୍ଟ ଶୁକ୍ରବାର ଦିନ ତାମିଲନାଡୁ ସରକାରଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ କର୍ଣ୍ଣାଟକର କାବେରୀ ନଦୀରୁ ଅତିରିକ୍ତ ଜଳ ଛାଡିବାକୁ ଅନୁରୋଧ କରାଯାଇଥିଲା। ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ଅପରେଶ କୁମାର ସିଂଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

କାବେରୀ ଜଳର ନିଜର ପ୍ରାପ୍ୟ ଅଂଶ ତୁରନ୍ତ ପାଇବା ପାଇଁ ତାମିଲନାଡୁ ସରକାର ଦୁଇଟି ଆବେଦନ ଦାଖଲ କରିଥିଲେ। ଗତ ଅଗଷ୍ଟ ମାସରେ ତାମିଲନାଡୁ ସରକାର ଅଭିଯୋଗ କରିଥିଲେ ଯେ, ସ୍ୱଳ୍ପ ବୃଷ୍ଟିପାତ ସତ୍ତ୍ୱେ କର୍ଣ୍ଣାଟକ ତା’ର ଧାର୍ଯ୍ୟ ଅଂଶ ଅନୁଯାୟୀ ଜଳ ଛାଡୁନାହିଁ। ପ୍ରାୟ ୧୧ ହଜାର ମିଲିୟନ କ୍ୟୁବିକ ଫୁଟ (TMC) ଜଳର ଅଭାବ ଯୋଗୁଁ ରାଜ୍ୟରେ ଜଳସେଚନ ବାଧାପ୍ରାପ୍ତ ହେଉଛି ବୋଲି ତାମିଲନାଡୁ ଦର୍ଶାଇଥିଲା। ତେବେ କୋର୍ଟ ଆଜି ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଅନ୍ୟପକ୍ଷରେ, କର୍ଣ୍ଣାଟକ ସରକାର ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। କର୍ଣ୍ଣାଟକ ପକ୍ଷରୁ କୋର୍ଟଙ୍କୁ ଜଣାଇ ଦିଆଯାଇଛି ଯେ, ସେମାନେ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (CWMA)ଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ତାମିଲନାଡୁକୁ କୌଣସି ଅନ୍ତରୀଣ ସହାୟତା ପ୍ରଦାନ କରିନାହାନ୍ତି।

About The Author: Madhusudan Das