ଦିଲ୍ଲୀ ବଦଳରେ ମୁମ୍ବାଇରୁ କାହିଁକି ଆନ୍ଦୋଳନ କରୁଛନ୍ତି ସିଜେପି ନେତା ଅଭିଜୀତ ଡିପକେ?

Suryakanta Picture
Published On

କକ୍‌ରୋଚ୍ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜୀତ ଡିପକେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ମୁମ୍ବାଇର ଶିବାଜୀ ପାର୍କରୁ ଏକ ବିଶାଳ ଆନ୍ଦୋଳନ ଆରମ୍ଭ କରିଛନ୍ତି। ନିର୍ବାଚନ କମିଶନ ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦ ଏବଂ ନିର୍ବାଚନୀ ଅନିୟମିତତାକୁ ନେଇ ସିଜେପି ପକ୍ଷରୁ ଅକ୍ଟୋବର ୨ ତାରିଖରେ 'ଜେଲ ଭରୋ ଆନ୍ଦୋଳନ' ଡାକରା ଦିଆଯାଇଛି। ତେବେ ପୂର୍ବରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଆନ୍ଦୋଳନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସଫଳ ହୋଇଥିବା ସିଜେପି ଏଥର ଦିଲ୍ଲୀ ବଦଳରେ ମୁମ୍ବାଇକୁ କାହିଁକି ବାଛିଲା, ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଉଜ୍ଜୈନର ଶାହୀ ମସଜିଦ୍ ଭଙ୍ଗାଯିବା ନେଇ ଉତ୍ତେଜନା ପରେ ପୋଲିସ ଉପରକୁ ପଥର ମାଡ଼, ୧୦ ଅଟକ

ଦିଲ୍ଲୀ ବଦଳରେ ମୁମ୍ବାଇକୁ କାହିଁକି ବଛାଗଲା?

ଏହା ପୂର୍ବରୁ ପରୀକ୍ଷା ଅନିୟମିତତାକୁ ନେଇ ସିଜେପି ଦିଲ୍ଲୀର ରାଜରାସ୍ତାକୁ ଓହ୍ଲାଇଥିଲା, ଯାହା ଫଳରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଏଥର ମୁମ୍ବାଇକୁ ଆନ୍ଦୋଳନର କେନ୍ଦ୍ର କରିବା ପଛର କାରଣ ସ୍ପଷ୍ଟ କରିଛନ୍ତି ଅଭିଜୀତ ଡିପକେ। ଗୁରୁବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, "୨୦୨୪ ଲୋକସଭା ନିର୍ବାଚନରେ ବିଜେପି ମହାରାଷ୍ଟ୍ରର ୪୮ ଟି ଆସନରୁ ମାତ୍ର ୯ ଟିରେ ବିଜୟୀ ହୋଇଥିଲା। କିନ୍ତୁ ଛଅ ମାସ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଗଲା। ଏହି ପରିବର୍ତ୍ତନ କିପରି ହେଲା?" ଏହି ସନ୍ଦେହଜନକ ନିର୍ବାଚନୀ ଫଳାଫଳ ଉପରେ ପ୍ରଶ୍ନ ଉଠାଇ ବିରୋଧ ପ୍ରଦର୍ଶନର ମୂଳଦୁଆ ମହାରାଷ୍ଟ୍ରରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାକରୁ ୨୩ ବର୍ଷ ପରେ ବିଦାୟ ନେଲା ଆମେରିକା ସେନା; ପୁଣି ସକ୍ରିୟ ହେବେ କି ଆତଙ୍କବାଦୀ ଓ ଇରାନ ସମର୍ଥିତ ଗୋଷ୍ଠୀ?

ସିଜେପିର ପ୍ରମୁଖ ଦାବି

ସିଜେପି ନେତାଙ୍କ ଅନୁଯାୟୀ ସେମାନଙ୍କର ତିନୋଟି ପ୍ରମୁଖ ଦାବି ରହିଛି:

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନରେ ପାକିସ୍ତାନର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍: ୨୨ ମୃତ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ

୧. ସିଇସି ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉ।

୨. ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଂଶୋଧନ ବା ଏସଆଇଆର (SIR) ତାଲିକା ଉପରେ ରୋକ୍ ଲଗାଯାଉ ଏବଂ ଆଗାମୀ ନିର୍ବାଚନ ଜାନୁଆରୀ ୨୦୨୫ ର ଭୋଟର ତାଲିକା ଅନୁଯାୟୀ କରାଯାଉ।

୩. ନିର୍ବାଚନ କମିଶନରଙ୍କ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିରପେକ୍ଷ ହେବା ଆବଶ୍ୟକ।

ଆଗାମୀ ରଣନୀତି ଓ ଦେଶବ୍ୟାପୀ ଆନ୍ଦୋଳନ

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ପାର୍କର ୬ ନମ୍ବର ଗେଟ୍ ନିକଟରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଧୀରେ ଧୀରେ ସମଗ୍ର ଦେଶକୁ ବ୍ୟାପିବ ବୋଲି ସିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ଦିନରେ ଏହି ବିରୋଧ ପ୍ରଦର୍ଶନ ଗୋଆ ଓ କୋଲକାତା ପରି ଅନ୍ୟ ରାଜ୍ୟମାନଙ୍କରେ କରାଯିବ ଏବଂ ଶେଷରେ ନୂଆଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିଶାଳ ଧାରଣାରେ ଏହା ପରିଣତ ହେବ। ଯେପର୍ଯ୍ୟନ୍ତ ଜ୍ଞାନେଶ କୁମାର ଇସ୍ତଫା ନଦେଇଛନ୍ତି, ସେପର୍ଯ୍ୟନ୍ତ ଏହି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିବ ବୋଲି ଅଭିଜୀତ ଡିପକେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର