୫ ରାଜ୍ୟରେ ଏସ୍‌ଆଇଆର ଅବଧି ବୃଦ୍ଧି

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲୁ ରହିଛି । କେରଳକୁ ବାଦ୍‌ ଦେଲେ ବାକି ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏସ୍‌ଆଇଆର୍‌ର ଫର୍ମ ଜମା କରିବାର ଶେଷ ତାରିଖ ଆଜି ଅର୍ଥାତ ଗୁରୁବାର ରହିଥିଲା । ତେବେ ନିର୍ବାଚନ କମିସନ ଆଜି ଫର୍ମ ଡିଜିଟାଇଟେସନ ଓ ଜମା କରିବାର ପ୍ରକ୍ରିୟା ନେଇ ସମୀକ୍ଷା କରିବା ସହିତ ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ର ସମୟସୀମା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆଣ୍ଡାମାନ- ନିକୋବରରେ ଡିସେମ୍ବର ୧୮ ପର୍ଯ୍ୟନ୍ତ ଏସ୍‌ଆଇଆର ଫର୍ମ ପୂରଣ କରାଯାଇପାରିବ । ସେହିପରି ଉତ୍ତରପ୍ରଦେଶରେ ଡିସେମ୍ବର ୨୬, ଗୁଜରାଟ ଓ ତାମିଲନାଡୁରେ ଡିସେମ୍ବର ୧୪ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯାଇପାରିବ । ନିର୍ବାଚନ କମିସନ ସୂଚନା ଦେଇଛନ୍ତି ଯେ ଗୋଆ, ପୁଡୁଚେରୀ, ଲକ୍ଷଦୀପ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ସମୟସୀମା ଗୁରୁବାର ହିଁ ଶେଷ ହୋଇଛି ଓ ଏହାର ଚୂଡାନ୍ତ ଭୋଟର ତାଲିକା ଡିସେମ୍ବର ୧୬ରେ ପ୍ରକାଶ କରାଯିବ । ଏହିସବୁ ରାଜ୍ୟରେ ସମୟସୀମାରେ ବୃଦ୍ଧି କରାଯାଇନାହିଁ ।  

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

ଏହା ପୂର୍ବରୁ କମିସନ କେରଳରେ ଶେଷ ତାରିଖକୁ ୧୧ରୁ ଡିସେମ୍ବର ୧୮ ତାରିଖକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ନଭେମ୍ବର ୩୦ରେ ଏସ୍‌ଆଇଆର୍‌ର ସମୟସୀମାକୁ କମିସନ ଗୋଟିଏ ସପ୍ତାହ ବୃଦ୍ଧି କରିଥିଲେ । ସେତେବେଳେ କମିସନ କହିଥିଲେ ଯେ, ଚୂଡାନ୍ତ ମତଦାତା ସୂଚୀ ୨୦୨୬ ଫେବୃଆରୀ ୧୪ରେ ପ୍ରକାଶିତ ହେବ । ଭୋଟର ହଟାଇବା କିମ୍ବା ସାମିଲ କରିବା ପାଇଁ ଗଣନା ଅବଧି କିମ୍ବା ଭୋଟର ଯାଞ୍ଚ୍‌ ଏବେ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଏହା ଡିସେମ୍ବର ୪ ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା । ଚିଠାତାଲିକା ପ୍ରଥମେ ଡିସେମ୍ବର ୨ରେ ପ୍ରକାଶିତ ହେବାର ଥିଲା। କିନ୍ତୁ ଏବେ ଡିସେମ୍ବର ୧୬ରେ ପ୍ରକାଶିତ ହେବ । ଇତିମଧ୍ୟରେ କମିସନ କହିଛନ୍ତି ଯେ ମୃତ୍ୟୁ ଯୋଗୁଁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ସୂଚୀ ରାଜନୈତିକ ଦଳଗୁଡିକୁ ଦିଆଯିବ । 

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

12 Dec 2025 By Madhusudan Das

୫ ରାଜ୍ୟରେ ଏସ୍‌ଆଇଆର ଅବଧି ବୃଦ୍ଧି

ନୂଆଦିଲ୍ଲୀ: ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲୁ ରହିଛି । କେରଳକୁ ବାଦ୍‌ ଦେଲେ ବାକି ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏସ୍‌ଆଇଆର୍‌ର ଫର୍ମ ଜମା କରିବାର ଶେଷ ତାରିଖ ଆଜି ଅର୍ଥାତ ଗୁରୁବାର ରହିଥିଲା । ତେବେ ନିର୍ବାଚନ କମିସନ ଆଜି ଫର୍ମ ଡିଜିଟାଇଟେସନ ଓ ଜମା କରିବାର ପ୍ରକ୍ରିୟା ନେଇ ସମୀକ୍ଷା କରିବା ସହିତ ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ର ସମୟସୀମା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆଣ୍ଡାମାନ- ନିକୋବରରେ ଡିସେମ୍ବର ୧୮ ପର୍ଯ୍ୟନ୍ତ ଏସ୍‌ଆଇଆର ଫର୍ମ ପୂରଣ କରାଯାଇପାରିବ । ସେହିପରି ଉତ୍ତରପ୍ରଦେଶରେ ଡିସେମ୍ବର ୨୬, ଗୁଜରାଟ ଓ ତାମିଲନାଡୁରେ ଡିସେମ୍ବର ୧୪ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯାଇପାରିବ । ନିର୍ବାଚନ କମିସନ ସୂଚନା ଦେଇଛନ୍ତି ଯେ ଗୋଆ, ପୁଡୁଚେରୀ, ଲକ୍ଷଦୀପ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ସମୟସୀମା ଗୁରୁବାର ହିଁ ଶେଷ ହୋଇଛି ଓ ଏହାର ଚୂଡାନ୍ତ ଭୋଟର ତାଲିକା ଡିସେମ୍ବର ୧୬ରେ ପ୍ରକାଶ କରାଯିବ । ଏହିସବୁ ରାଜ୍ୟରେ ସମୟସୀମାରେ ବୃଦ୍ଧି କରାଯାଇନାହିଁ ।  

ଏହା ପୂର୍ବରୁ କମିସନ କେରଳରେ ଶେଷ ତାରିଖକୁ ୧୧ରୁ ଡିସେମ୍ବର ୧୮ ତାରିଖକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ନଭେମ୍ବର ୩୦ରେ ଏସ୍‌ଆଇଆର୍‌ର ସମୟସୀମାକୁ କମିସନ ଗୋଟିଏ ସପ୍ତାହ ବୃଦ୍ଧି କରିଥିଲେ । ସେତେବେଳେ କମିସନ କହିଥିଲେ ଯେ, ଚୂଡାନ୍ତ ମତଦାତା ସୂଚୀ ୨୦୨୬ ଫେବୃଆରୀ ୧୪ରେ ପ୍ରକାଶିତ ହେବ । ଭୋଟର ହଟାଇବା କିମ୍ବା ସାମିଲ କରିବା ପାଇଁ ଗଣନା ଅବଧି କିମ୍ବା ଭୋଟର ଯାଞ୍ଚ୍‌ ଏବେ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଏହା ଡିସେମ୍ବର ୪ ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା । ଚିଠାତାଲିକା ପ୍ରଥମେ ଡିସେମ୍ବର ୨ରେ ପ୍ରକାଶିତ ହେବାର ଥିଲା। କିନ୍ତୁ ଏବେ ଡିସେମ୍ବର ୧୬ରେ ପ୍ରକାଶିତ ହେବ । ଇତିମଧ୍ୟରେ କମିସନ କହିଛନ୍ତି ଯେ ମୃତ୍ୟୁ ଯୋଗୁଁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ସୂଚୀ ରାଜନୈତିକ ଦଳଗୁଡିକୁ ଦିଆଯିବ । 

https://www.thesakala.in/national-international/sir-period-extended-in-5-states/article-43533
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର