ଓରାକଲ୍‌ରେ ବଡ଼ ଧରଣର ଛଟେଇ: ବିଶ୍ୱସ୍ତରରେ ୩୦,୦୦୦ ଏବଂ ଭାରତରେ ୧୨,୦୦୦ କର୍ମଚାରୀ ହରାଇଲେ ଚାକିରି

Suryakanta Picture
Published On

ଆମେରିକା ଭିତ୍ତିକ ପ୍ରମୁଖ ଆଇଟି କମ୍ପାନୀ ଓରାକଲ୍ (Oracle) ପକ୍ଷରୁ ବିଶ୍ୱସ୍ତରରେ ଏକ ବଡ଼ ଧରଣର ଛଟେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସାମ୍ନାକୁ ଆସିଥିବା ନୂତନ ରିପୋର୍ଟ ଅନୁଯାୟୀ, କମ୍ପାନୀ ନିଜର ମୋଟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦,୦୦୦ କର୍ମଚାରୀଙ୍କୁ ବାହାର କରିଦେଇଛି। ଏହି ଛଟେଇର ସବୁଠାରୁ ବଡ଼ ପ୍ରଭାବ ଭାରତ ଉପରେ ପଡ଼ିଛି, ଯେଉଁଠାରେ ପ୍ରାୟ ୧୨,୦୦୦ ଭାରତୀୟ କର୍ମଚାରୀ ନିଜର ଚାକିରି ହରାଇଛନ୍ତି। କେବଳ ସେତିକି ନୁହେଁ, ଆଗାମୀ ଗୋଟିଏ ମାସ ମଧ୍ୟରେ କମ୍ପାନୀ ଆହୁରି ଅନେକ କର୍ମଚାରୀଙ୍କୁ ଛଟେଇ କରିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ମିରଟ୍ 'ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ': ରାୟ ଶୁଣାଇବେ କୋର୍ଟ, ପତ୍ନୀ ମୁସ୍କାନ୍ ଓ ପ୍ରେମିକ ସାହିଲ୍‌ଙ୍କୁ ଫାଶୀ ଦେବାକୁ ପରିବାରର ଦାବି

ବିନା ସୂଚନାରେ ଗଲା ଚାକିରି

ପ୍ରଭାବିତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ କୌଣସି ଆଗୁଆ ସୂଚନା ଦିଆଯାଇନଥିଲା। ଭାରତୀୟ ସମୟ ଅନୁଯାୟୀ ସକାଳ ପ୍ରାୟ ୬ଟା ସମୟରେ କର୍ମଚାରୀମାନଙ୍କୁ କମ୍ପାନୀ ପକ୍ଷରୁ ଏକ ଇ-ମେଲ୍ ଆସିଥିଲା ଯେଉଁଥିରେ ସେମାନଙ୍କ ଚାକିରି ଯାଇଥିବା ନେଇ ସ୍ପଷ୍ଟ କରାଯାଇଥିଲା। ଏହା ସହ ତୁରନ୍ତ କମ୍ପାନୀର ଆଭ୍ୟନ୍ତରୀଣ ସିଷ୍ଟମରୁ ସେମାନଙ୍କ ଲଗ୍-ଇନ୍ ଆକ୍ସେସ୍ ମଧ୍ୟ ବନ୍ଦ କରିଦିଆଯାଇଥିଲା। ଏଚଆର (HR) କିମ୍ବା ମ୍ୟାନେଜରଙ୍କ ପକ୍ଷରୁ କୌଣସି ପୂର୍ବ ପ୍ରସ୍ତୁତି ନଥାଇ ହଠାତ୍ ନିଆଯାଇଥିବା ଏହି ପଦକ୍ଷେପ ବର୍ତ୍ତମାନ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: Asian Games 2026: ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ

କାହିଁକି ହେଉଛି ଛଟେଇ?

ସୂଚନା ଅନୁଯାୟୀ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ କ୍ଷେତ୍ରରେ କମ୍ପାନୀ ନିଜର ପୁଞ୍ଜି ବିନିଯୋଗ ବୃଦ୍ଧି କରୁଥିବାରୁ ଖର୍ଚ୍ଚ କାଟ୍ କରିବାକୁ ଏଭଳି ନିଷ୍ପତ୍ତି ନେଇଛି। ସଂଗଠନର ପୁନର୍ଗଠନ ପ୍ରକ୍ରିୟାର ଏକ ଅଂଶ ଭାବରେ ଏହି ଛଟେଇ କରାଯାଉଥିବା କମ୍ପାନୀ ପକ୍ଷରୁ ମେଲ୍‌ରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଓରାକଲ୍‌ର ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୩୦,୦୦୦ ରହିଥିବାବେଳେ ସେଥିମଧ୍ୟରୁ ୧୨,୦୦୦ କର୍ମଚାରୀଙ୍କୁ ବାହାର କରିଦିଆଯିବା ଭାରତୀୟ ଆଇଟି ସେକ୍ଟର ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି। ଯଦିଓ ପ୍ରଭାବିତ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର କ୍ଷତିପୂରଣ (Severance Package) ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି, ତଥାପି ଆଗକୁ ଆସିବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଛଟେଇକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି।

ଆହୁରି ପଢ଼ନ୍ତୁ: ସିଇସି ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ନିର୍ବାଚନରେ ଭାଗ ନେବା ଅର୍ଥହୀନ: ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର