ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୬୨ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୯୯୬ ଜଣ

The Sakala Picture
Published On

ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କମିବାର ନା ଧରୁନି ମହାମାରୀ ଭୁତାଣୁ । ସହରଠୁ ଗାଁ ଆଉ ସାହି ସବୁଠି ଭର୍ତ୍ତି ହୋଇ ଗଲେଣି ରୋଗୀ । ଥଣ୍ଡା, ଜ୍ୱର, କାଶ ଭଳି କରୋନାର ଲକ୍ଷଣ ଏବେ ସବୁଠି ବଢି ଗଲାଣି । ଭୁବନେଶ୍ବରରେ ଆଜି ଚିହ୍ନଟ ହୋଇଛନ୍ତି ୧୦୬୨ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୨ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୯୦ […]

ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କମିବାର ନା ଧରୁନି ମହାମାରୀ ଭୁତାଣୁ । ସହରଠୁ ଗାଁ ଆଉ ସାହି ସବୁଠି ଭର୍ତ୍ତି ହୋଇ ଗଲେଣି ରୋଗୀ । ଥଣ୍ଡା, ଜ୍ୱର, କାଶ ଭଳି କରୋନାର ଲକ୍ଷଣ ଏବେ ସବୁଠି ବଢି ଗଲାଣି । ଭୁବନେଶ୍ବରରେ ଆଜି ଚିହ୍ନଟ ହୋଇଛନ୍ତି ୧୦୬୨ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୨ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୯୦ । ସେହିପରି ଆଜି ସୁସ୍ଥ ହୋଇଛନ୍ତି ୯୯୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆହୁରି ପଢ଼ନ୍ତୁ: ଶୀଘ୍ର ବିଦାୟ ନେବ ମୌସୁମୀ: ୧୯ରୁ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ତଥାପି ଓଡ଼ିଶାରେ ପୁଣି ଫେରିବ ବର୍ଷା

ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା, ଚିନ୍ତାମଣିଶ୍ୱର, ଏଜି କଲୋନୀ, ପଳାସପଲ୍ଲୀ, ପୋଖରୀପୁଟ, ଶୈଳଶ୍ରୀବିହାର, ସାମନ୍ତରାପୁର ଆଦି ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

ଆଜିର ସଂଖ୍ୟାକୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୭୦,୯୬୪ ଜଣ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୫୭,୮୨୭ ଜଣ ସୁସ୍ଥ ହୋଇଥିବା ବେଳେ, ୩୨୧ ଜଣଙ୍କ ଜୀବନ ଗଲାଣି । ବାକି ୧୨,୭୯୫ ଜଣଙ୍କ ଚିକିତ୍ସା ଚାଲିଛି ।

ଆହୁରି ପଢ଼ନ୍ତୁ: ଧର୍ମାନ୍ତରୀକରଣକୁ ନେଇ ତେଜିଲା ବିବାଦ: ୩ଦିନ ଧରି ରାସ୍ତାରେ ପଡ଼ିରହିଛି ଦାଦନ ଶ୍ରମିକଙ୍କ ଶବ, ଗାଁରେ ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର