୯୮ ବର୍ଷୀୟା ବୃଦ୍ଧାଙ୍କ ଆଗରେ ହାର ମାନିଲା କରୋନା

The Sakala Picture
Published On

ଭୁବନେଶ୍ୱର : ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ଭୁବନେଶ୍ୱରରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । […]

ଭୁବନେଶ୍ୱର : ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ଭୁବନେଶ୍ୱରରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । କରୋନାରେ ସଂକ୍ରମିତ ହୋଇ ଏହି ବୃଦ୍ଧା ଜଣକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଚନ୍ଦ୍ରଶେଖରପୁରରେ ରହୁଥିବା ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ବୃଦ୍ଧା ଗତ ୫ ତାରିଖରେ କରୋନା କବଳରେ ପଡିଥିଲେ । ପୂର୍ବରୁ ବୃଦ୍ଧା ଜଣକ ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ । ଏପରି ସ୍ଥିତିରେ କରୋନା ସଂକ୍ରମଣ ତାଙ୍କୁ ଅଧିକ ଅସୁସ୍ଥ କରିଦେଇଥିଲା । ତୁରନ୍ତ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଇଥିଲେ । ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୁଳମଣି ବିଶ୍ୱାଳ କହିଛନ୍ତି । ଜେଜେମା ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛି ପୂରା ପରିବାର । ଅନ୍ନପୂର୍ଣ୍ଣାଙ୍କୁ ନେଇ ତାଙ୍କ ପରିବାର ଲୋକେ ବେଶ ଖୁସୀ ଥିବାବେଳେ ସମ୍ ହସ୍ପିଟାଲର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ହେଲ୍ପଲାଇନ୍ କର୍ମକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

13 May 2021 By The Sakala

୯୮ ବର୍ଷୀୟା ବୃଦ୍ଧାଙ୍କ ଆଗରେ ହାର ମାନିଲା କରୋନା

ଭୁବନେଶ୍ୱର : ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ଭୁବନେଶ୍ୱରରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । କରୋନାରେ ସଂକ୍ରମିତ ହୋଇ ଏହି ବୃଦ୍ଧା ଜଣକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଚନ୍ଦ୍ରଶେଖରପୁରରେ ରହୁଥିବା ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ବୃଦ୍ଧା ଗତ ୫ ତାରିଖରେ କରୋନା କବଳରେ ପଡିଥିଲେ । ପୂର୍ବରୁ ବୃଦ୍ଧା ଜଣକ ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ । ଏପରି ସ୍ଥିତିରେ କରୋନା ସଂକ୍ରମଣ ତାଙ୍କୁ ଅଧିକ ଅସୁସ୍ଥ କରିଦେଇଥିଲା । ତୁରନ୍ତ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଇଥିଲେ । ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୁଳମଣି ବିଶ୍ୱାଳ କହିଛନ୍ତି । ଜେଜେମା ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛି ପୂରା ପରିବାର । ଅନ୍ନପୂର୍ଣ୍ଣାଙ୍କୁ ନେଇ ତାଙ୍କ ପରିବାର ଲୋକେ ବେଶ ଖୁସୀ ଥିବାବେଳେ ସମ୍ ହସ୍ପିଟାଲର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ହେଲ୍ପଲାଇନ୍ କର୍ମକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

https://www.thesakala.in/latest-odisha-news/98-year-old-woman-defeats-corona/article-2158
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର