ଲସ୍‌ ଏଞ୍ଜେଲସ୍‌ ନିଆଁ ଅଣାୟତ୍ତ: ଜଳିଗଲାଣି ୧୩ ହଜାର କୋଠା, ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି

The Sakala Picture
Published On

ଲସ୍‌ ଏଞ୍ଜେଲସ୍‌: ପ୍ରାୟ ୭ ଦିନ ତଳେ କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ବି ଅଣାୟତ୍ତ ରହିଛି। ବିଗତ ଏକ ସପ୍ତାହ ମଧ୍ୟରେ ଜଙ୍ଗଲ ନିଆଁକୁ ନେଇ କାଲିଫର୍ଣ୍ଣିଆ ପ୍ରଦେଶର ପ୍ରମୁଖ ସହର ଲସ୍‌ ଏଞ୍ଜେଲସ୍‌ ସମେତ ଅନ୍ୟ କେତେକ ସହରରେ ବିପର୍ଯ୍ୟୟ ସ୍ଥିତି ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ଯୋଗୁ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ବେଳେ ପ୍ରାୟ ୧୩ ହଜାର କୋଠା ଜଳିପୋଡି ପାଉଁଶ ହୋଇଯାଇଛି। ସବୁ ଉଦ୍ୟମ ସତ୍ତ୍ବେ ନିଆଁକୁ […]

ଲସ୍‌ ଏଞ୍ଜେଲସ୍‌: ପ୍ରାୟ ୭ ଦିନ ତଳେ କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ବି ଅଣାୟତ୍ତ ରହିଛି। ବିଗତ ଏକ ସପ୍ତାହ ମଧ୍ୟରେ ଜଙ୍ଗଲ ନିଆଁକୁ ନେଇ କାଲିଫର୍ଣ୍ଣିଆ ପ୍ରଦେଶର ପ୍ରମୁଖ ସହର ଲସ୍‌ ଏଞ୍ଜେଲସ୍‌ ସମେତ ଅନ୍ୟ କେତେକ ସହରରେ ବିପର୍ଯ୍ୟୟ ସ୍ଥିତି ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ଯୋଗୁ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ବେଳେ ପ୍ରାୟ ୧୩ ହଜାର କୋଠା ଜଳିପୋଡି ପାଉଁଶ ହୋଇଯାଇଛି। ସବୁ ଉଦ୍ୟମ ସତ୍ତ୍ବେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରି ନାହିଁ। ଏହି ସ୍ଥିତିରୁ ଲୋକେ ମୁକୁଳି ପାରି ନଥିଲା ବେଳେ ଏବେ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ଜାରି କରାଯାଇଛି ତାହା ପୁଣି ଭୟ ବଢାଇଛି। ଗତ ମଙ୍ଗଳବାର ଠାରୁ ସାନ୍ତା ଆନା ପଟରୁ ବୋହୁଥିବା ପବନ ଯୋଗୁଁ ନିଆଁ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଥିବା ବେଳେ ଆଗକୁ ଏହି ପବନର ବେଗ ଆହୁରି ଅଧିକ ହେବ ବୋଲି ନ୍ୟାସନାଲ ୱେଦର ସର୍ଭିସ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଘଣ୍ଟା ପ୍ରତି ପ୍ରାୟ ୭୦ ମାଇଲ ବେଗରେ ପବନ ବୋହିପାରେ ବୋଲି ସତର୍କ କରାଇ ଦିଆଯାଇଛି। ଏଭଳି ସୂଚନାକୁ ନେଇ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଛାନିଆ ପଶିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ୫୩ ହଜାର ପରିବାରକୁ ଘର ଛାଡିବାକୁ କୁହାଯାଇଥÒଲା ବେଳେ ଆଗାମୀ ଆଶଙ୍କିତ ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ଏକ ଲକ୍ଷ ୬୬ ହଜାର ପରିବାରକୁ ଘର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ଇତିମଧ୍ୟରେ ନିଆଁକୁ ଆୟତ୍ତ କରିବାକୁ ବିଭିନ୍ନ ଦେଶର ଟିମ୍‌ କାଲିଫର୍ଣ୍ଣିଆରେ ପହଞ୍ଚିଛନ୍ତି। ଏହାବ୍ୟତୀତ କାନାଡାର ସୁପର ସ୍କୁପର ନିଆଁ ଲିଭା ବିମାନକୁ ମଧ୍ୟ ମୁତୟନ କରାଯାଇଛି। କିନ୍ତୁ ଏଭଳି ସ୍ଥିତିକୁ ନେଇ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଲିଫର୍ଣ୍ଣିଆ ସରକାରଙ୍କ ଉପରେ ଦୋଷ ଲଦିବା ସହିତ ଅପାରଗ ବୋଲି ଦର୍ଶାଇଛନ୍ତି। ଯେଉଁ ସରକାର ନିଆଁ ଆୟତ୍ତ କରିବାକୁ ସକ୍ଷମ ନୁହନ୍ତି ଆଉ କ’ଣ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଲସ୍‌ ଏଞ୍ଜେଲସ୍‌ ସହରର ପୁର୍ନଗଠନ ପାଇଁ କାଲିଫର୍ଣ୍ଣିଆ ଗଭର୍ନର ଗାଭିନ ନିଉସମ୍‌ ଘୋଷଣା କରିଛନ୍ତି। ଖୁବଶୀଘ୍ର ଏକ ମାର୍ମାଲ ପ୍ଲାନ କାର୍ଯ୍ୟକାରୀ କରାଯାଇ ଏଲଏ ୨.୦ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

14 Jan 2025 By The Sakala

ଲସ୍‌ ଏଞ୍ଜେଲସ୍‌ ନିଆଁ ଅଣାୟତ୍ତ: ଜଳିଗଲାଣି ୧୩ ହଜାର କୋଠା, ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି

ଲସ୍‌ ଏଞ୍ଜେଲସ୍‌: ପ୍ରାୟ ୭ ଦିନ ତଳେ କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ବି ଅଣାୟତ୍ତ ରହିଛି। ବିଗତ ଏକ ସପ୍ତାହ ମଧ୍ୟରେ ଜଙ୍ଗଲ ନିଆଁକୁ ନେଇ କାଲିଫର୍ଣ୍ଣିଆ ପ୍ରଦେଶର ପ୍ରମୁଖ ସହର ଲସ୍‌ ଏଞ୍ଜେଲସ୍‌ ସମେତ ଅନ୍ୟ କେତେକ ସହରରେ ବିପର୍ଯ୍ୟୟ ସ୍ଥିତି ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ଯୋଗୁ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ବେଳେ ପ୍ରାୟ ୧୩ ହଜାର କୋଠା ଜଳିପୋଡି ପାଉଁଶ ହୋଇଯାଇଛି। ସବୁ ଉଦ୍ୟମ ସତ୍ତ୍ବେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରି ନାହିଁ। ଏହି ସ୍ଥିତିରୁ ଲୋକେ ମୁକୁଳି ପାରି ନଥିଲା ବେଳେ ଏବେ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ଜାରି କରାଯାଇଛି ତାହା ପୁଣି ଭୟ ବଢାଇଛି। ଗତ ମଙ୍ଗଳବାର ଠାରୁ ସାନ୍ତା ଆନା ପଟରୁ ବୋହୁଥିବା ପବନ ଯୋଗୁଁ ନିଆଁ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଥିବା ବେଳେ ଆଗକୁ ଏହି ପବନର ବେଗ ଆହୁରି ଅଧିକ ହେବ ବୋଲି ନ୍ୟାସନାଲ ୱେଦର ସର୍ଭିସ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଘଣ୍ଟା ପ୍ରତି ପ୍ରାୟ ୭୦ ମାଇଲ ବେଗରେ ପବନ ବୋହିପାରେ ବୋଲି ସତର୍କ କରାଇ ଦିଆଯାଇଛି। ଏଭଳି ସୂଚନାକୁ ନେଇ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଛାନିଆ ପଶିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ୫୩ ହଜାର ପରିବାରକୁ ଘର ଛାଡିବାକୁ କୁହାଯାଇଥÒଲା ବେଳେ ଆଗାମୀ ଆଶଙ୍କିତ ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ଏକ ଲକ୍ଷ ୬୬ ହଜାର ପରିବାରକୁ ଘର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇତିମଧ୍ୟରେ ନିଆଁକୁ ଆୟତ୍ତ କରିବାକୁ ବିଭିନ୍ନ ଦେଶର ଟିମ୍‌ କାଲିଫର୍ଣ୍ଣିଆରେ ପହଞ୍ଚିଛନ୍ତି। ଏହାବ୍ୟତୀତ କାନାଡାର ସୁପର ସ୍କୁପର ନିଆଁ ଲିଭା ବିମାନକୁ ମଧ୍ୟ ମୁତୟନ କରାଯାଇଛି। କିନ୍ତୁ ଏଭଳି ସ୍ଥିତିକୁ ନେଇ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଲିଫର୍ଣ୍ଣିଆ ସରକାରଙ୍କ ଉପରେ ଦୋଷ ଲଦିବା ସହିତ ଅପାରଗ ବୋଲି ଦର୍ଶାଇଛନ୍ତି। ଯେଉଁ ସରକାର ନିଆଁ ଆୟତ୍ତ କରିବାକୁ ସକ୍ଷମ ନୁହନ୍ତି ଆଉ କ’ଣ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଲସ୍‌ ଏଞ୍ଜେଲସ୍‌ ସହରର ପୁର୍ନଗଠନ ପାଇଁ କାଲିଫର୍ଣ୍ଣିଆ ଗଭର୍ନର ଗାଭିନ ନିଉସମ୍‌ ଘୋଷଣା କରିଛନ୍ତି। ଖୁବଶୀଘ୍ର ଏକ ମାର୍ମାଲ ପ୍ଲାନ କାର୍ଯ୍ୟକାରୀ କରାଯାଇ ଏଲଏ ୨.୦ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

https://www.thesakala.in/national-international/california-wildfires-death-toll-climbs-to-24-with-strong-winds-to-continu/article-37944
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର