ବିଶ୍ବର ସବୁଠୁ ଉତ୍ତପ୍ତ ଅଞ୍ଚଳରେ ବନ୍ୟା

The Sakala Picture
Published On

କାଲିଫର୍ଣ୍ଣିଆ : ଜଳବାୟୁ ପରିବର୍ତ୍ତନ ବିଶ୍ବ ସମାଜ ପାଇଁ ବିଭିନ୍ନ ଦିଗରୁ ଘାତକ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଏବେ ସାରା ୟୁରୋପ ମହାଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ବିଭିନ୍ନ ସ୍ଥାନରେ ଉତ୍ତାପ ସବୁ ରେକର୍ଡ ଅତିକ୍ରମ କରିଛି। କେଉଁଠି ଜଙ୍ଗଲରେ ନିଆଁ ଲାଗି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ତ’ ଅନ୍ୟ କେଉଁଠି ଅଚାନକ ବନ୍ୟା ଆସି ବିତ୍ପାତ ସୃଷ୍ଟି କରିଛି। ତେବେ ଆମେରିକାର କାଲିଫର୍ଣ୍ଣିଆରେ ଯାହା ଘଟିଛି ତାହା […]

କାଲିଫର୍ଣ୍ଣିଆ : ଜଳବାୟୁ ପରିବର୍ତ୍ତନ ବିଶ୍ବ ସମାଜ ପାଇଁ ବିଭିନ୍ନ ଦିଗରୁ ଘାତକ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଏବେ ସାରା ୟୁରୋପ ମହାଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ବିଭିନ୍ନ ସ୍ଥାନରେ ଉତ୍ତାପ ସବୁ ରେକର୍ଡ ଅତିକ୍ରମ କରିଛି। କେଉଁଠି ଜଙ୍ଗଲରେ ନିଆଁ ଲାଗି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ତ’ ଅନ୍ୟ କେଉଁଠି ଅଚାନକ ବନ୍ୟା ଆସି ବିତ୍ପାତ ସୃଷ୍ଟି କରିଛି। ତେବେ ଆମେରିକାର କାଲିଫର୍ଣ୍ଣିଆରେ ଯାହା ଘଟିଛି ତାହା ପରିବେଶବିତ୍‌ମାନଙ୍କୁ ଗଭୀର ଭାବେ ଚିନ୍ତିତ କରିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କାଲିଫର୍ଣ୍ଣିଆ ଉପତ୍ୟକା ବିଶ୍ବର ସବୁଠୁ ଉତ୍ତପ୍ତ ଏବଂ ଆମେରିକାର ସବୁଠୁ ଶୁଷ୍କ ଅଞ୍ଚଳ ଭାବେ ପରିଚିତ। ସେଥିପାଇଁ ଏହାକୁ ମୃତ୍ୟୁର ଉପତ୍ୟକା ଆଖ୍ୟା ଦିଆଯାଇଛି। ହେଲେ ଜଳବାୟୁ ପରିବର୍ତ୍ତନକୁ ନେଇ ଏହି ଉତ୍ତପ୍ତ ଅଞ୍ଚଳ ଏବେ ବନ୍ୟା ପ୍ଲାବିତ ହେବା ଘଟଣା ବିଶ୍ବବାସୀଙ୍କୁ ବିସ୍ମିତ କରିଦେଇଛି। ‘୧-ଇନ୍‌-୧୦୦୦ ରେନ୍‌ ଇଭେଣ୍ଟ(ଅର୍ଥାତ କୌଣସି ବର୍ଷରେ ୧୦୦୦ ବର୍ଷା ସମ୍ଭାବନା ମଧ୍ୟରୁ ଥରୁଟିଏ ବର୍ଷା ହେବା) ଅନୁସାରେ ଏବେ କାଲିଫର୍ଣ୍ଣିଆରେ ଚତୁର୍ଥ ଥର ପାଇଁ ବର୍ଷା ହୋଇଥିବା ବେଳେ ଏଠାକାର ଅଧିକାଂଶ ଅଞ୍ଚଳ ବନ୍ୟା ପ୍ଲାବିତ ହୋଇପଡ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ଏଠାକାର ଡେଥ୍‌ ଭ୍ୟାଲି ନ୍ୟାସନାଲ ପାର୍କ ବନ୍ୟା ଦ୍ବାରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏଠାକୁ ବୁଲିବାକୁ ଆସିଥିବା ହଜାର ହଜାର ପରିଦର୍ଶକ ଏହା ମଧ୍ୟରେ ଫସି ରହିବା ସହ ପ୍ରାୟ ୧୦୦ରୁ ଅଧିକ କାର୍‌ ବନ୍ୟା ପାଣିରେ ବୁଡ଼ିଯାଇଛି। ଏହାବ୍ୟତୀତ ଏଠାକାର ବହୁ ହୋଟେଲ ଏବଂ ରିସର୍ଟ୍ଟ ମଧ୍ୟ ପାଣି ଘେରରେ ରହିଛି। ଫଳରେ ଏହି ଜାତୀୟ ଉଦ୍ୟାନକୁ ସାମୟିକ ବନ୍ଦ ରଖିବାକୁ ଏଠାକାର ପ୍ରଶାସନ ଘୋଷଣା କରିଛନ୍ତି। କେବଳ ଆମେରିକା ନୁହେଁ, ୟୁରୋପର ବିଭିନ୍ନ ଭାଗରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ଏଭଳି ନିର୍ମମ ପ୍ରଭାବ ଦେଖିବାକୁ ମିଳିଛି। ବ୍ରିଟେନରେ ଏବେ ଉତ୍ତାପ ସବୁ ପୁରୁଣା ରେକର୍ଡ ଅତିକ୍ରମ କରିଥିବା ବେଳେ ଫ୍ରାନ୍ସ, ଜର୍ମାନୀ ଏବଂ ସ୍ବିଜରଲ୍ୟାଣ୍ଡ ଆଦି ପ୍ରବଳ ଥଣ୍ଡା ଅନୁଭୂତ ଦେଶରେ ବରଫ ତରଳି ନାନା ସମସ୍ୟା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଏହାବ୍ୟତୀତ ଜଳବାୟୁ ପରିବର୍ତ୍ତନକୁ ନେଇ ନିକଟରେ ବିଜ୍ଞାନୀମାନେ ଦେଇଥିବା ମତାମତ ଆହୁରି ଆଶଙ୍କା ସୃଷ୍ଟି କରିଛି। ବର୍ତ୍ତମାନ ବହୁ ସଂକ୍ରାମକ ରୋଗ ସାରା ବିଶ୍ବକୁ କବଳିତ କରିବା ସହିତ ମାନବସମାଜ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛି। କୋଭିଡ ମହାମାରୀକୁ ନେଇ ଦୀର୍ଘ ଦୁଇ ବର୍ଷ ହେଲା ସାରା ବିଶ୍ବ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା ବେଳେ ଏବେ ମଧ୍ୟ ଏଥିରୁ ନିସ୍ତାର ମିଳିପାରି ନାହିଁ। ଏହା ପରେ ପରେ ମଙ୍କିପକ୍ସ ଭଳି ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। ବିଜ୍ଞାନୀମାନେ ଦେଇଥିବା ନୂଆ ତଥ୍ୟରେ ଜଳବାୟୁ ପରିବର୍ତ୍ତନ ବିଭିନ୍ନ ଧରଣର ସଂକ୍ରାମକ ରୋଗକୁ ପ୍ରାୟ ୬୦ ପ୍ରତିଶତ ହାରରେ ତୀବ୍ର କରାଇଥାଏ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର