ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ: ମୃତ୍ୟୁ ପୂର୍ବରୁ କହିଥିଲେ ‘ମୋତେ କିଛି ଫରକ ପଡ଼େନି’, ରୁମ୍‌ମେଟ୍‌ଙ୍କ ବଡ଼ ଖୁଲାସା

Tapas Ranjan Nanda Picture
Published On

ଆମେରିକାର କାଲିଫର୍ଣ୍ଣିଆରେ ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତ୍ୟୁ ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି। ତେବେ ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ମାନସିକ ସ୍ଥିତି ଓ ବ୍ୟବହାରରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ତାଙ୍କ ରୁମ୍‌ମେଟ୍ ବନୀତ ସିଂହ ଅନେକ ଚଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ନିଖୋଜ ହେବାର ପ୍ରାୟ ୬ ଦିନ ପରେ ଲେକ୍ ଆଞ୍ଜା ନିକଟରୁ ସାକେତଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ବନୀତଙ୍କ କହିବା ଅନୁଯାୟୀ, ସାକେତ ଗତ କିଛି ଦିନ ହେବ ବହୁତ କମ୍ କଥାବାର୍ତ୍ତା କରୁଥିଲେ ଏବଂ ଖାଦ୍ୟ ମଧ୍ୟ ଠିକ୍‌ରେ ଖାଉ ନଥିଲେ। ସେ କେବଳ ଚିପ୍ସ ଓ କୁକିଜ୍ ଖାଇ ବଞ୍ଚିଥିଲେ। ଦିନେ ସେ ଏକ ବାଥ୍‌ରୋବ୍ ପିନ୍ଧି କ୍ଲାସ୍‌ରୁ ଫେରିଥିଲେ ଏବଂ ବନୀତଙ୍କୁ କହିଥିଲେ ଯେ ସେ ଆଉ କାହାରି କଥା ଚିନ୍ତା କରୁନାହାନ୍ତି। "ମୁଁ ଚିନ୍ତା କରିବା ଛାଡ଼ିଦେଇଛି, କିଏ କ’ଣ ଭାବୁଛି ସେଥିରେ ମୋର କିଛି ଯାଏ ଆସେ ନାହିଁ," ବୋଲି ସାକେତ କହିଥିବା ବନୀତ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବନୀତ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ସମୟରେ ସେ ଏହାକୁ ଥଟ୍ଟା ଭାବି ହସି ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ସାକେତ ମାନସିକ ସ୍ତରରେ ଗଭୀର ଯନ୍ତ୍ରଣାରେ ଥିଲେ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ନିଖୋଜ ଓ ମୃତଦେହ ଉଦ୍ଧାର

କର୍ଣ୍ଣାଟକର ମୂଳ ନିବାସୀ ସାକେତ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ବର୍କଲିରେ କେମିକାଲ୍ ଆଣ୍ଡ ବାୟୋମଲିକ୍ୟୁଲାର୍ ଇଞ୍ଜିନିୟରିଂ ପଢୁଥିଲେ। ଫେବୃଆରୀ ୯ ତାରିଖରୁ ସେ ନିଖୋଜ ଥିଲେ, ଯାହା ପରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା। ତାଙ୍କ ବ୍ୟାକପ୍ୟାକ୍, ଯେଉଁଥିରେ ପାସପୋର୍ଟ ଓ ଲାପଟପ୍ ଥିଲା, ତାହା ଟିଲଡେନ ଆଞ୍ଚଳିକ ପାର୍କ ନିକଟରୁ ମିଳିଥିଲା। ପରେ ଫେବୃଆରୀ ୧୪ରେ ଲେକ୍ ଆଞ୍ଜା ନିକଟରୁ ତାଙ୍କର ମୃତଦେହ ମିଳିଥିଲା।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ମେଧାବୀ ଛାତ୍ର ଥିଲେ ସାକେତ

ସାକେତ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ସେ ଆଇଆଇଟି ମାଦ୍ରାସର ପୂର୍ବତନ ଛାତ୍ର ହେବା ସହ 'ହାଇପରଲୁପ୍ ମାଇକ୍ରୋଚ୍ୟାନେଲ କୁଲିଂ ସିଷ୍ଟମ' ପାଇଁ ପେଟେଣ୍ଟ ମଧ୍ୟ ହାସଲ କରିଥିଲେ। ତାଙ୍କର ଏଭଳି ଅକାଳ ବିୟୋଗ ପରିବାର ଓ ବନ୍ଧୁମାନଙ୍କୁ ଗଭୀର ଶୋକରେ ପକାଇଛି। ସାନଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସାକେତଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କର୍ଣ୍ଣାଟକ ସରକାର ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର