କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସିବିଆଇ

The Sakala Picture
Published On

କୋଲକାତା: କୋଲକାତା ଆରଜିକେ ହସ୍ପିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ୧୩ ଦିନ ପୂରିଛି। ଏଭଳି ଏକ ଜଘନ୍ୟ ଏବଂ ଅମାନବୀୟ ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା କୁହାଯାଉଥିଲେ ହେଁ ଏବେ ସୁଦ୍ଧା ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋଲକାତା ପୁଲିସ ହାତରୁ ଏହି ଘଟଣାର ଯାଞ୍ଚ ସିବିଆଇ ହାତକୁ ଯାଇଛି। ଆଜି ସୁପ୍ରିମକୋର୍ଟରେ ସିବିଆଇ ଏହି ମାମଲାର ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍‌‌ ରିପୋର୍ଟରେ […]

କୋଲକାତା: କୋଲକାତା ଆରଜିକେ ହସ୍ପିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ୧୩ ଦିନ ପୂରିଛି। ଏଭଳି ଏକ ଜଘନ୍ୟ ଏବଂ ଅମାନବୀୟ ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା କୁହାଯାଉଥିଲେ ହେଁ ଏବେ ସୁଦ୍ଧା ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋଲକାତା ପୁଲିସ ହାତରୁ ଏହି ଘଟଣାର ଯାଞ୍ଚ ସିବିଆଇ ହାତକୁ ଯାଇଛି। ଆଜି ସୁପ୍ରିମକୋର୍ଟରେ ସିବିଆଇ ଏହି ମାମଲାର ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍‌‌ ରିପୋର୍ଟରେ ସିବିଆଇ କଲକାତା ପୁଲିସର ଅବହେଳା ଦର୍ଶାଇ ଥିବା ସୂଚନା ମିଳିଛି। ଏହାସହିତ ଯେଉଁମାନଙ୍କୁ ସନ୍ଦେହ ଘେରରେ ରଖାଯାଇ ଜେରା କରାଯାଇଛି ସେମାନଙ୍କର ବିସ୍ତୃତ ବିବରଣୀ ମଧ୍ୟ ଷ୍ଟାଟସ୍‌‌ ରିପୋର୍ଟରେ ଦିଆଯାଇଛି। ଘଟଣାସ୍ଥଳ ସୁରକ୍ଷିତ ନ ଥିବା ତଦନ୍ତକାରୀ ସଂସ୍ଥା ରିପୋର୍ଟରେ ଦର୍ଶାଇଛି। ସିବିଆଇ ସହିତ କଲକାତା ପୁଲିସ ମଧ୍ୟ ଏହି ମାମଲାରେ ସୁପ୍ରିମକୋର୍ଟରେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏବେ ସିବିଆଇର ଫୋକସ୍‌ ଆରଜିକେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ କୋଲକାତା ପୁଲିସ ଉପରେ ନିବଦ୍ଧ ହୋଇଛି। ସମ୍ପୂର୍ଣ୍ଣ ଘଟଣାକୁ ନେଇ ସନ୍ଦୀପଙ୍କ କାର୍ଯ୍ୟକଳାପ ଏବେ ସନ୍ଦେହ ଘେରରେ ରହିଥିଲା ବେଳେ କ୍ରମାଗତ ୬ ଦିନ ଧରି ସିବିଆଇ ଟିମ୍‌ ସନ୍ଦୀପଙ୍କୁ ପଚରାଉଚରା କରିଛି। ଘଟଣାକ୍ରମର ବିଭିନ୍ନ ଦିଗକୁ ନେଇ ସିବିଆଇ ସନ୍ଦୀପଙ୍କୁ ପ୍ରଶ୍ନବାଣରେ ଘେରିଥିଲା ବେଳେ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇ ନପାରି ସେ ଚୁପ୍‌ ରହିଥିବା କେତେକ ଜାତୀୟ ଗଣାମଧ୍ୟମରେ ଖବର ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର