ତୈଳ ଦରରେ ଲାଗୁନି ବ୍ରେକ, ଶତକ ଡେଇଁଲା ୯ ରାଜ୍ୟର ପେଟ୍ରୋଲ ରେଟ

The Sakala Picture
Published On

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ତୈଳଦର । ତୈଳ ଦରରେ ଲାଗୁନି ବ୍ରେକ । ୯ ରାଜ୍ୟରେ ଶହେ ଟଙ୍କା ଉପରେ ପେଟ୍ରୋଲ ଦର । ଗୋଟିଏ ଦିନ ସ୍ଥିର ପରେ ପୁଣି ବଢ଼ିଲା ଡିଜେଲ୍ ଓ ପେଟ୍ରୋଲ ଦର । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୯୮ ଟଙ୍କା […]

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ତୈଳଦର । ତୈଳ ଦରରେ ଲାଗୁନି ବ୍ରେକ । ୯ ରାଜ୍ୟରେ ଶହେ ଟଙ୍କା ଉପରେ ପେଟ୍ରୋଲ ଦର । ଗୋଟିଏ ଦିନ ସ୍ଥିର ପରେ ପୁଣି ବଢ଼ିଲା ଡିଜେଲ୍ ଓ ପେଟ୍ରୋଲ ଦର । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୯୮ ଟଙ୍କା ୧୧ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୮୮ ଟଙ୍କା ୬୫ ପଇସାରେ ପହଞ୍ଚିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୨୨ ପଇସାରେ ପହଞ୍ଚିଛି । ଡିଜେଲ୍ ଦର ୯୬ ଟଙ୍କା ୧୬ ପଇସା ରହିଛି ।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

ଚେନ୍ନାଇରେ ପେଟ୍ରୋଲ ଦର ୯୯ ଟଙ୍କା ୧୮ ପଇସା ରହିଛି, ଡିଜେଲ୍ ଦର ହେଉଛି ୯୩ ଟଙ୍କା ୨୨ ପଇସା । କୋଲକାତାରେ ପେଟ୍ରୋଲ ଦର ୯୭ ଟଙ୍କା ୯୯ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୪୯ ପଇସାରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ଗତ ଏକ ମାସ ମଧ୍ୟରେ ପେଟ୍ରୋଲ ଦର ୭ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର, ଓଡ଼ିଶାରେ ପେଟ୍ରୋଲ୍ ଦର ୧୦୦ ଟପିଛି । ବଢୁଥିବା ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଆଇଆଇଟି ବମ୍ବେରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଲାସ୍ ବାତିଲ, ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର