ବିହାର ରାଜନୀତିରେ ଭୂକମ୍ପ, ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂହ

The Sakala Picture
Published On

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କୁମାରଙ୍କୁ ପୁଣି ଥରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋବେ ମନୋନୀତ କରାଯାଇଛି । ଏ ନେଇ ସନ୍ଧ୍ୟା ୫ଟରେ ସମ୍ପୂର୍ଣ୍ଣ ବିବିରଣୀ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି। ବିରୋଧୀ ବିଜେପି ମଧ୍ୟ ବିହାରକୁ ନେଇ ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ […]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କୁମାରଙ୍କୁ ପୁଣି ଥରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋବେ ମନୋନୀତ କରାଯାଇଛି । ଏ ନେଇ ସନ୍ଧ୍ୟା ୫ଟରେ ସମ୍ପୂର୍ଣ୍ଣ ବିବିରଣୀ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ବିରୋଧୀ ବିଜେପି ମଧ୍ୟ ବିହାରକୁ ନେଇ ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିଜେପି ଫାନ୍ଦରେ ପୁଣି ପଡ଼ିପାରନ୍ତି ବୋଲି ଆଲୋଚନା ଜୋର ଧରିଛି। ସାଂପ୍ରତିକ ସ୍ଥିତିରେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂଙ୍କ ସହ ଆରଜେଡିର ଘନିଷ୍ଠତା ନୀତୀଶଙ୍କ ପାଇଁ ସବୁଠାରୁ କାଳ ହୋଇଛି। ଗୁରୁବାର ନୀତୀଶ ଦିଲ୍ଲୀ ଗସ୍ତ କରିବା ସହ ଆଜି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଲଲନ ସିଂଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଗୋଟିଏ ପକ୍ଷରେ ଇଣ୍ଡିଆ ମେଣ୍ଟକୁ ନେଇ ନୀତାଶ ହତାସ ହୋଇଛନ୍ତି। ନୀତୀଶଙ୍କ ନେତୃତ୍ବରେ ଇଣ୍ଡିଆ ମେଣ୍ଟ ଏକାଠି ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମଲିକାର୍ଜ୍ଜୁନ ଖଡ଼ଗେଙ୍କୁ ମେଣ୍ଟ ସଦସ୍ୟମାନେ ବାଛିଥିଲେ। ଅନ୍ୟପକ୍ଷରେ ଆରଜେଡି ସହିତ ଲଲନ ସିଂଙ୍କ ଘନିଷ୍ଠତାକୁ ନେଇ ମଧ୍ୟ ନୀତୀଶ ଅଡ଼ୁଆରେ ପଡ଼ିଛନ୍ତି। ଲଲନ ନିଜ ସମର୍ଥନରେ ରହିଥିବା କେତେକ ଜେଡିୟୁ ବିଧାୟକଙ୍କ ସହ ଆରଜେଡିରେ ମିଶିବାକୁ ମସୁଧା କରିବା ସହିତ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛନ୍ତି ବୋଲି ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଦଳୀୟ ନେତା ହୁଙ୍କାର ଦେଇଛନ୍ତି। ଏହିକ୍ରମରେ ନୀତୀଶ ଲଲନ ସିଂଙ୍କୁ ଅଧ୍ୟକ୍ଷ ପଦବୀରୁ ହଟାଇବାକୁ ଅଣ୍ଟା ଭିଡିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଲଲନଙ୍କୁ ହଟାଇବା ପରେ ଜେଡିୟୁ ଦୁଇଫାଳ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇପାରୁ ନାହିଁ। ତେଣୁ ନୀତୀଶ ପୁଣିଥରେ ଏନଡିଏରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ରାଜନୀତିକ ବିଶାରଦମାନେ ଆକଳନ କରିବା ଆରମ୍ଭ କରିଛନ୍ତି। ବିହାରରେ ନୀତୀଶଙ୍କ ଯେତିକି ଭୋଟ ଶେୟାର ରହିଛି ତାହା ମଧ୍ୟ ବିଜେପି ପାଇଁ ଫାଇଦା ହେବ ବୋଲି ବିଜେପି ଅନୁଭବ କରିସାରିଛି। ଯଦିଓ ନୀତୀଶଙ୍କୁ ପୁଣିଥରେ ସାମିଲ କରାଯିବ ନାହିଁ ବୋଲି ଦଳୀୟ ନେତାମାନେ କହୁଛନ୍ତି, କିନ୍ତୁ ଭିତରେ ଭିତରେ ନୀତୀଶଙ୍କୁ ଏନଡିଏରେ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର