ଇରାନ ଉପରେ କାହିଁକି ଆକ୍ରମଣ କଲା ଇସ୍ରାଏଲ….

The Sakala Picture
Published On

ତେଲ ଆଭିଭ: ଇସ୍ରାଏଲ ପାହାନ୍ତିଆରେ ଆକ୍ରମଣ କରି ଇରାନକୁ ଦୋହଲାଇ ଦେଇଛି। ଏହି ଆକ୍ରମଣକୁ ଏଭଳି ଭାବେ ଗୋପନୀୟ ରଖା ଯାଇଥିଲା ଯେ ତାହାର ଟିକିଏ ହେଲେ ବି ସୂଚନା ଇରାନ ପାଇପାରି ନ ଥିଲା। କିନ୍ତୁ ଆମେରିକାକୁ ପ୍ରଥମେ ଜଣାଇ ଦିଆଯାଇଥିଲା। ପୂର୍ବରୁ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ ବାରମ୍ବାର ଇରାନକୁ ଧମକ ଦେଇ ଚାଲିଥିଲେ। ପରମାଣୁ ଚୁକ୍ତି ନ କଲେ ବଡ଼ ପରିଣତି ଭୋଗିବ ବୋଲି ଚେତାଇ ଦେଇଥିଲା। ଏହା […]

ତେଲ ଆଭିଭ: ଇସ୍ରାଏଲ ପାହାନ୍ତିଆରେ ଆକ୍ରମଣ କରି ଇରାନକୁ ଦୋହଲାଇ ଦେଇଛି। ଏହି ଆକ୍ରମଣକୁ ଏଭଳି ଭାବେ ଗୋପନୀୟ ରଖା ଯାଇଥିଲା ଯେ ତାହାର ଟିକିଏ ହେଲେ ବି ସୂଚନା ଇରାନ ପାଇପାରି ନ ଥିଲା। କିନ୍ତୁ ଆମେରିକାକୁ ପ୍ରଥମେ ଜଣାଇ ଦିଆଯାଇଥିଲା। ପୂର୍ବରୁ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ ବାରମ୍ବାର ଇରାନକୁ ଧମକ ଦେଇ ଚାଲିଥିଲେ। ପରମାଣୁ ଚୁକ୍ତି ନ କଲେ ବଡ଼ ପରିଣତି ଭୋଗିବ ବୋଲି ଚେତାଇ ଦେଇଥିଲା। ଏହା ପରେ ଇସ୍ରାଏଲ ଇରାନର ପରମାଣୁ କେନ୍ଦ୍ର, କ୍ଷେପଣାସ୍ତ୍ର ମହଜୁଦ କେନ୍ଦ୍ର ଏବଂ ପ୍ରମୁଖ ନେତୃତ୍ବଙ୍କୁ ନିଶାଣ କରି ଆକ୍ରମଣ କରିଥିଲା। କେହି କିଛି ବୁଝିବା ଆଗରୁ ଆଇଡିଏଫର ଲଢୁଆ ବିମାନ ରାମ, ସୌଫା, ଏବଂ ଏଡିଆର ଆଦି ଧ୍ବଂସଲୀଳା ରଚି ଫେରି ଆସିଥିଲା। ଏବେ ଇସ୍ରାଏଲକୁ ଏହି ଅଭିଯାନ କରିବାର କ’ଣ ଆବଶ୍ୟକତା ପଡ଼ିଲା ବୋଲି ପ୍ରଶ୍ନ ଉଠୁଛି। ଏହା ପଛରେ ଇରାନ ପରମାଣୁ କାର୍ଯ୍ୟକ୍ରମ ବଡ଼ କାରଣ ରହିଛି। ଗତ ଫେବୃଆରୀରୁ ଆମେରିକା ଗୁଇନ୍ଦା ଏଜେନ୍ସି ସତର୍କ କରି ଆସୁଥିଲା। ଇରାନ ଆଣବିକ କାର୍ଯ୍ୟକ୍ରମ ସହ ଜଡ଼ିତ ଏକାଧିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ଆକ୍ରମଣ କରିପାରେ ବୋଲି କୁହାଯାଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇରାନକୁ ପୂର୍ବରୁ ଅନେକ ଥର ଧମକ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ

କିଛି ଦିନ ତଳେ ଆମେରିକା ଗୁଇନ୍ଦା ରିପୋର୍ଟରେ କୁହାଯାଇଥିଲା ଯେ ଅକ୍ଟୋବରରେ ମିସାଇଲ ଉତ୍ପାଦନ କେନ୍ଦ୍ର ଓ ଏୟାର ଡିଫେନ୍ସ ସିଷ୍ଟମ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ଇରାନରେ କ୍ଷମତା ପରିବର୍ତ୍ତନ କରି ନିଜର କର୍ତ୍ତୃତ୍ବ ଜାହିର କରିବାକୁ ମଧ୍ୟ ଇସ୍ରାଏଲ ଚାହୁଁଥିବା କୁହାଯାଇଥିଲା। ଆଜି ଇସ୍ରାଏଲ ଏହାକୁ ସତ କରି ଦେଖାଇଛି। ଯଦି ଇରାନ ଆଣବିକ ବୋମା ପାଇଯାଏ ତେବେ ତେଲ ଆଭିଭ ସବୁଠାରୁ ଅଧିକ କ୍ଷତି ସହିବ ବୋଲି ଇସ୍ରାଏଲ କହି ଆସୁଥିଲା। କାରଣ ଇରାନ ଇସ୍ରାଏଲର ଦୃଢ଼ ବିରୋଧୀ। ଇସ୍ରାଏଲକୁ ନିପାତ କରିବା ପାଇଁ ଇରାନ ଚାହୁଁଛି। ଦୀର୍ଘ ଦଶନ୍ଧି ଧରି ଇସ୍ରାଏଲ ବିରୋଧରେ ଛାୟା ଯୁଦ୍ଧ ଚଳାଇଛି। ହମାସ, ହୁତି ବିଦ୍ରୋହୀ ଏବଂ ହିଜବୁଲ୍ଲା ମାଧ୍ୟମରେ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ଏହି ଆତଙ୍କବାଦୀ ଗୋଷ୍ଠୀ ଗୁଡିକୁ ଇରାନ ସହାୟତା ଦେଉଛି। ଗାଜାରେ ଇସ୍ରାଏଲ ଆକ୍ରମଣ ପରଠାରୁ ଏହି ସଂଗଠନ ଗୁଡ଼ିକ ପାଲେଷ୍ଟାଇନ ସମର୍ଥନରେ ବାହାରିଛନ୍ତି। ସେମାନେ ଇସ୍ରାଏଲ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଅନ୍ୟପକ୍ଷରେ ମିଳିତ ଜାତିସଂଘର ଆଣବିକ ୱାଚଡଗ ଗୁରୁବାର ଗୋଟିଏ ସଂକଳ୍ପ ପାରିତ କରିଥିଲା। ଏଥିରେ ଇରାନ ନିଜର ଆଣବିକ ନିରସ୍ତ୍ରୀକରଣ ଚୁକ୍ତିକୁ ଉଲ୍ଲଙ୍ଘନ କରିବା ସ୍ଥିତିରେ ରହିଛି ବୋଲି କୁହାଯାଇଥିଲା। ଏହାର ଜବାବରେ ଇରାନ ଆଣବିକ କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଘୋଷଣା କରିଥିଲା। ଇରାନ ପରମାଣୁ କାର୍ଯ୍ୟକ୍ରମକୁ ଜୋରଦାର କରିବାରୁ ଇସ୍ରାଏଲ ଆକ୍ରମଣ କରିଥିଲା। ସବୁ ରାସ୍ତା ବନ୍ଦ ହୋଇ ଯାଇଥଇବାରୁ ବାଧ୍ୟବାଧ୍ୟକତାରେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ଇସ୍ରାଏଲ ବିଦେଶମନ୍ତ୍ରୀ ଗିଦୋନ ସାର୍‌ କହିଛନ୍ତି। ଇରାନ ଅଟକିବାକୁ ଚାହୁଁ ନ ଥିଲା। ତେଣୁ ତାକୁ ରୋକିବାର ଆବଶ୍ୟକତା ଥିଲା।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର