ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

The Sakala Picture
Published On

ନୂଆଦିଲ୍ଲୀ: ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି । ଗିରଫ କରାଯିବା ପରେ ଚନ୍ଦ୍ରବାବୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ନିଆଯାଇଛି । ଏହା ପରେ କୋର୍ଟରେ ହାଜର କରାଯିବ […]

ନୂଆଦିଲ୍ଲୀ: ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି । ଗିରଫ କରାଯିବା ପରେ ଚନ୍ଦ୍ରବାବୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ନିଆଯାଇଛି । ଏହା ପରେ କୋର୍ଟରେ ହାଜର କରାଯିବ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଚନ୍ଦ୍ରବାବୁଙ୍କ ଆର.କେ ଫଙ୍କସନ ନିକଟରେ ସିଆଇଡି ସହ ପୋଲିସ ଟିମ୍‌ ପହଞ୍ଚିଥିଲେ । ଭୋର ୩ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପାଇଁ ପହଞ୍ଚିଥିଲା ପୋଲିସ । ହେଲେ ଚନ୍ଦ୍ରବାବୁ ପୋଲିସକୁ ଅନୁମତି ନଦେବାରୁ ସକାଳ ୬ଟା ବେଳକୁ ପୋଲିସ ତାଙ୍କୁ ଗିରଫ କରିଛି । ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ଦୁର୍ନୀତିକୁ ନେଇ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ତାଙ୍କ ଉପରେ ୨୫୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ୮ ଜଣଙ୍କ ଗିରଫ କରାଯାଇ ସାରିଛି ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର