ବିଜୟ ମାଲ୍ୟାଙ୍କ ପାଇଁ ବଢ଼ିଲା ସମସ୍ୟା; ସୁପ୍ରିମକୋର୍ଟରେ ମକଦ୍ଦମା ଲଢ଼ିବାକୁ ମନା କଲେ ତାଙ୍କ ଓକିଲ

The Sakala Picture
Published On

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ତଥା କିଙ୍ଗଫିଶର ବିମାନ କମ୍ପାନୀର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ମାଲ୍ୟାଙ୍କ ଓକିଲ ସୁପ୍ରିମକୋର୍ଟରେ ତାଙ୍କ ମକଦ୍ଦମା ଲଢ଼ିବାକୁ ମନା କରିଦେଇଛନ୍ତି। ମାଲ୍ୟାଙ୍କ ମାମଲାରେ ତାଙ୍କୁ ମୁକ୍ତି ଦେବାକୁ ଓକିଲ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ମାଲ୍ୟାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କିଙ୍ଗଫିସରର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟାଙ୍କ ସହ ଦୀର୍ଘ ସମୟ ଧରି ତାଙ୍କର କୌଣସି ବାର୍ତ୍ତାଳାପ ହୋଇନାହିଁ। ସେ ଆହୁରି […]

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ତଥା କିଙ୍ଗଫିଶର ବିମାନ କମ୍ପାନୀର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ମାଲ୍ୟାଙ୍କ ଓକିଲ ସୁପ୍ରିମକୋର୍ଟରେ ତାଙ୍କ ମକଦ୍ଦମା ଲଢ଼ିବାକୁ ମନା କରିଦେଇଛନ୍ତି। ମାଲ୍ୟାଙ୍କ ମାମଲାରେ ତାଙ୍କୁ ମୁକ୍ତି ଦେବାକୁ ଓକିଲ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ମାଲ୍ୟାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କିଙ୍ଗଫିସରର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟାଙ୍କ ସହ ଦୀର୍ଘ ସମୟ ଧରି ତାଙ୍କର କୌଣସି ବାର୍ତ୍ତାଳାପ ହୋଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ନିଜ କର୍ତ୍ତବ୍ୟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ଏକ ସପ୍ତାହ ମଧ୍ୟରେ କୋର୍ଟଙ୍କ ରେଜିଷ୍ଟ୍ରିରେ ମାଲ୍ୟାଙ୍କ ଇ-ମେଲ ଏବଂ ଆବାସିକ ଠିକଣା ଦାଖଲ କରିବାକୁ ସୁପ୍ରିମକୋର୍ଟ ଓକିଲଙ୍କୁ କହିଛନ୍ତି। କେବଳ ଏତିକି ନୁହେଁ ମାଲ୍ୟାଙ୍କ ମାମଲାରୁ ତାଙ୍କ ନାମ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ଓକିଲଙ୍କୁ ମଧ୍ୟ ଅନୁମତି ଦେଇଛନ୍ତି। ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ସମୟରେ ମାଲ୍ୟାଙ୍କ ପରାମର୍ଶଦାତା ଏହି ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ମାଲ୍ୟା ଏବଂ ତାଙ୍କ ସମ୍ପର୍କୀୟଙ୍କ ମାଲିକାନାରେ ଥିବା ସମସ୍ତ ସମ୍ପତ୍ତି ଜବତ କରିବାକୁ ଦାବି କରାଯାଇଥିଲା। କିଙ୍ଗଫିସର ଏୟାରଲାଇନ୍ସ ବ୍ୟତୀତ ଅନ୍ୟ କୌଣସି ସମ୍ପତ୍ତି ଜବତ କରାଯିବା ଉଚିତ ନୁହେଁ ବୋଲି ମାଲ୍ୟା ଏକ ଆବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଜୁଲାଇ ୧୧ରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ କୋର୍ଟ ଅବମାନନା ମାମଲାରେ ଚାରିମାସ ଦଣ୍ଡିତ କରିବାର ପ୍ରାୟ ଚାରି ମାସ ପରେ ଏହି ଶୁଣାଣି ହୋଇଛି। ୯୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ମାଲ୍ୟାଙ୍କର ପ୍ରାଥମିକ ଅଭିଯୁକ୍ତ ହେଉଛି ମାଲ୍ୟାଙ୍କ ବନ୍ଦ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ। ଜୁଲାଇ ୧୧ରେ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଚାରିମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏବଂ ଏଥିସହ ୨୦୦୦ ଟଙ୍କା ଜୋରିମାନା ମଧ୍ୟ ଦେଇଛନ୍ତି। ୨୦୧୭ରେ ମାଲ୍ୟା କୋର୍ଟକୁ ଅବମାନନା କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଚାରି ସପ୍ତାହ ମଧ୍ୟରେ ୮% ସୁଧ ସହିତ ୪୦ ନିୟୁତ ଡଲାର କିମ୍ବା ୩୧୭ କୋଟି ଟଙ୍କା ଜମା କରିବାକୁ ସର୍ବୋଚ୍ଚ ଅଦାଲତ ମାଲ୍ୟାଙ୍କୁ ଆଦେଶ ଦେଇଥିଲେ। କେବଳ ଏତିକି ନୁହେଁ, ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଏହା କରିବାରେ ବିଫଳ ହେଲେ ତାଙ୍କର ସମ୍ପତ୍ତି ଜବତ ହେବ। ୨୦୧୭ରେ ମାଲ୍ୟା ଦୁଇଟି ମାମଲାରେ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମେ, କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ମାଲ୍ୟା ତାଙ୍କ ପିଲାମାନଙ୍କୁ ୪୦ ନିୟୁତ ଡଲାର ସ୍ଥାନାନ୍ତର କରିଥିଲେ। ଦ୍ୱିତୀୟରେ, କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶକୁ ମଧ୍ୟ ସେ ଉଲ୍ଲଂଘନ କରିଥିଲେ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ ପରେ ହୁଥି ବିଦ୍ରୋହୀଙ୍କ ବିରୋଧରେ ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ସାଉଦି ଆରବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର