ନିଟ୍‌ରେ ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାସ କଲା ସିବିଆଇ : ୨୦ ଲକ୍ଷ ଦେଲେ ବିନା ପରୀକ୍ଷାରେ ମିଳୁଥିଲା ମେଡିକାଲ କଲେଜରେ ଆଡମିସନ

The Sakala Picture
Published On

ନୂଆଦିଲ୍ଲୀ : ନିଟ୍‌ରେ ଚାଲିଥିଲା ହିନ୍ଦୀ ସିନେମା ‘ମୁନ୍ନାଭାଇ ଏମବିବିଏସ’ ଷ୍ଟାଇଲରେ ପରୀକ୍ଷା। ପିଲ୍ମରେ ଲିଡ୍‌ ଆକ୍ଟର ସଞ୍ଜୟ ଦତ୍ତ ଯେପରି ମେଡିକାଲ୍‌ ସିଟ୍‌ ପାଇବା ପାଇଁ ଚିଟିଙ୍ଗ୍‌ କରିଥିଲେ ସେପରି ଘଟଣା ସାମ୍ନାକୁ ଆସିଛି। ସଞ୍ଜୟ ଦତ୍ତ ଚଳଚିତ୍ରରେ ତାହା କରିଥିବା ବେଳେ ଏବେ ସତସତିକା ସେପରି କରି ବଡବଡିଆ ଲୋକଙ୍କୁ ମେଡିକାଲ ସିଟ୍‌ ବିକ୍ରି କରୁଛନ୍ତି ଦଲାଲା। ନିଟ୍‌ ପରୀକ୍ଷାରେ ଏପରି ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାସ କରିଛି ସିବିଆଇ। ମେଡିକାଲ କଲେରେ ନାଁ ଲେଖାଇବା […]

ନୂଆଦିଲ୍ଲୀ : ନିଟ୍‌ରେ ଚାଲିଥିଲା ହିନ୍ଦୀ ସିନେମା ‘ମୁନ୍ନାଭାଇ ଏମବିବିଏସ’ ଷ୍ଟାଇଲରେ ପରୀକ୍ଷା। ପିଲ୍ମରେ ଲିଡ୍‌ ଆକ୍ଟର ସଞ୍ଜୟ ଦତ୍ତ ଯେପରି ମେଡିକାଲ୍‌ ସିଟ୍‌ ପାଇବା ପାଇଁ ଚିଟିଙ୍ଗ୍‌ କରିଥିଲେ ସେପରି ଘଟଣା ସାମ୍ନାକୁ ଆସିଛି। ସଞ୍ଜୟ ଦତ୍ତ ଚଳଚିତ୍ରରେ ତାହା କରିଥିବା ବେଳେ ଏବେ ସତସତିକା ସେପରି କରି ବଡବଡିଆ ଲୋକଙ୍କୁ ମେଡିକାଲ ସିଟ୍‌ ବିକ୍ରି କରୁଛନ୍ତି ଦଲାଲା। ନିଟ୍‌ ପରୀକ୍ଷାରେ ଏପରି ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାସ କରିଛି ସିବିଆଇ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ମେଡିକାଲ କଲେରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍‌ରେ ହୋଇଛି ବ୍ୟାପକ ଦୁର୍ନୀତି। ଏହି ଦୁର୍ନୀତି ସହ ଜଡ଼ିତ ଗୋଟିଏ ବଡ଼ ତଥ୍ୟ ଆଜି ସାମ୍ନାକୁ ଆସିଛି। ମେଡିକାଲ କଲେଜରେ ଆଡମିସନ ପାଇଁ ଆଶାୟୀଙ୍କୁ ଦେବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା। ବିନା ପରୀକ୍ଷାରେ ଦଲାଲ ମାନେ ଆଶାୟୀଙ୍କୁ ଗୋଟିଏ ଗୋଟିଏ ସିଟ୍‌ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ତଦନ୍ତ ବେଳେ ସିବିଆଇ ଏପରି ଚାଞ୍ଚଲ୍ୟକର ତଥ୍ୟ ବିଷୟରେ ଜାଣିବାକୁ ପାଇଛି।ସିବିଆଇ ସୋମବାର ନିଟ୍‌ ପରୀକ୍ଷା ହୋଇଥିବା ଦୁର୍ନୀତି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା। ଏବେ ସିବିଆଇ ୫ ରାଜ୍ୟରେ ଆଶାୟୀଙ୍କ ଠାରୁ ଟଙ୍କା ନେଇ ମେଡିକାଲ ସିଟ୍‌ ଯୋଗାଇ ଦେବାର କାମ କରୁଥିବା ଗୋଟିଏ ରାକେଟ ବିଷୟରେ ଜାଣିବାକୁ ପାଇଛି। ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ରାକେଟର ସଦସ୍ୟମାନେ ଆଶାୟୀଙ୍କ ସହ ଗୋଟିଏ ଗୋଟିଏ ମେଡିକାଲ ସିଟ୍‌ ପାଇଁ ୨୦ ଲକ୍ଷ ଟଙ୍କାର ଡିଲ କରୁଥିଲେ। ଏହା ମଧ୍ୟରୁ ଜାଲ ପରୀକ୍ଷାର୍ଥୀ ସାଜି ନିଟ୍‌ ପ୍ରଶ୍ନ ପତ୍ରର ସମ୍ମୁଖୀନ ହେଉଥିବା ପିଲା ୫ ଲକ୍ଷ ଟଙ୍କା ନେଉଥିଲେ। ବାକି ଟଙ୍କା ମଧ୍ୟସ୍ଥି ଓ ରାକେଟରେ ଥିବା ଅନ୍ୟ ସଦସ୍ୟମାନେ ଭାଗବାଣ୍ଟି ନେଉଥିଲେ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୋମବାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଗିରଫଦାରୀ କରିଥିଲା । ଏହି ଜାତିଆତି ରାକେଟର ମାଷ୍ଟର ମାଇଣ୍ଡ ସୁଶିଲ ରଞ୍ଜନ ସିଟ୍ ପାଇଁ ଟଙ୍କା ନେବା ସହ ଉତ୍ତର ପୁସ୍ତିକା ଲେଖିବା ପାଇଁ ବିଶେଷଜ୍ଞଙ୍କୁ ବିଭିନ୍ନ ସେଣ୍ଟରକୁ ପଠାଉଥିଲା । ଏହି ମାମଲାରେ ୧୧ ଜଣ ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ୮ ଜଣ ଗିରଫ ହୋଇଛନ୍ତି, ଅନ୍ୟମାନଙ୍କୁ ଖୋଜା ଚାଲିଥିବା ଜଣାପଡିଛି । ତଦନ୍ତକୁ ଶୀଘ୍ର ସାରିବା ପାଇଁ ଅଧିକାରୀମାନେ ପାରୀକ୍ଷାର୍ଥୀଙ୍କୁ ପଚରାଉଚରା କରିବେ ବୋଲି ଜଣାପଡିଛି । ଏହାସହ କିଛି କୋଚିଂ ସେଣ୍ଟରର ଭୂମିକା ମଧ୍ୟରେ ସନ୍ଦେହଘେରରେ ଥିବା ଅଧିକାରୀ କହିଛନ୍ତି।  ଦେଶରେ ଦିଲ୍ଲୀ ବ୍ୟତୀତ ଏହି ରାକେଟର ସଦସ୍ୟମାନେ ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ହରିଆଣାରେ ମଧ୍ୟ ସକ୍ରିୟ ଥିବା ସିବିଆଇ ସୂତ୍ରରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର