ସୁଧହାର ହ୍ରାସ ନେଇ କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ : କାଲି ନିଷ୍ପତ୍ତି, ଆଜି ପ୍ରତ୍ୟାହାର

The Sakala Picture
Published On

ନୂଆଦିଲ୍ଲୀ :  କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକ ଉପରେ ସୁଧହାର ହ୍ରାସ କରିବାର ନିଷ୍ପତ୍ତିକୁ ୨୪ ଘଣ୍ଟା ନ ପୂରୁଣୁ କେନ୍ଦ୍ର ସରକାର ୟୁ-ଟର୍ଣ୍ଣ କରିଛନ୍ତି। ଗତ କାଲି ସରକାର ସୁଧହାର ହ୍ରାସ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଆଜି ତାହାକୁ ଫେରାଇ ନେଇଛନ୍ତି। ସୁଧହାର ହ୍ରାସ ପାଇଁ ଭୁଲ ବଶତଃ ଆଦେଶ ଜାରି ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସମସ୍ତ ଯୋଜନାଗୁଡ଼ିକରେ ପୁରୁଣା ସୁଧହାର ପୂର୍ବପରି ରହିବ, ଯାହା ଗତବର୍ଷ ମାର୍ଚ୍ଚ ତ୍ରୈମାସିକରେ ରହିଥିଲା। ସଞ୍ଚୟ […]

ନୂଆଦିଲ୍ଲୀ :  କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକ ଉପରେ ସୁଧହାର ହ୍ରାସ କରିବାର ନିଷ୍ପତ୍ତିକୁ ୨୪ ଘଣ୍ଟା ନ ପୂରୁଣୁ କେନ୍ଦ୍ର ସରକାର ୟୁ-ଟର୍ଣ୍ଣ କରିଛନ୍ତି। ଗତ କାଲି ସରକାର ସୁଧହାର ହ୍ରାସ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଆଜି ତାହାକୁ ଫେରାଇ ନେଇଛନ୍ତି। ସୁଧହାର ହ୍ରାସ ପାଇଁ ଭୁଲ ବଶତଃ ଆଦେଶ ଜାରି ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସମସ୍ତ ଯୋଜନାଗୁଡ଼ିକରେ ପୁରୁଣା ସୁଧହାର ପୂର୍ବପରି ରହିବ, ଯାହା ଗତବର୍ଷ ମାର୍ଚ୍ଚ ତ୍ରୈମାସିକରେ ରହିଥିଲା। ସଞ୍ଚୟ ଜମାଖାତାରେ ବାର୍ଷିକ ୪% ସୁଧ ମିଳିବ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ସୂଚନାଯୋଗ୍ୟ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌), ନ୍ୟାଶନାଲ ସେଭିଙ୍ଗସ୍‌ ସ୍କିମ୍ (ଏନ୍‌ଏସ୍‌ସି) ଓ ଅନ୍ୟାନ୍ୟ କ୍ଷୁଦ୍ର ସଞ୍ଚୟ ଜମା ଉପରେ ମିଳୁଥିବା ସୁଧ ହାରକୁ ସରକାର ହ୍ରାସ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅର୍ଥାତ୍‌ ଏପ୍ରିଲ ୧ରୁ ଏହି ସଂଶୋଧିତ ସୁଧ ହାର ଲାଗୁ ହେବ ବୋଲି ବିଜ୍ଞପ୍ତି ଜାରି କରାଯାଇଥିଲା

ବିଜ୍ଞପ୍ତି ଅନୁଯାୟୀ, ପିପିଏଫ୍‌ ସୁଧ ହାର ୭.୧%ରୁ ୬.୪%କୁ ହ୍ରାସ କରାଯାଇଥିଲା। ସେହିପରି ଏନ୍‌ଏସସି ସୁଧ ହାର ୬.୮%ରୁ ୫.୯%କୁ ହ୍ରାସ କରାଯାଇଥିଲା। କିଷାନ ବିକାଶ ପତ୍ର (କେଭିପି) ସୁଧ ହାର ୬.୯%ରୁ ୬.୨%କୁ, ସୁକନ୍ୟା ସମୃଦ୍ଧି ଯୋଜନା ୭.୬%ରୁ ୬.୯%କୁ ଓ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସୁଧ ହାର ୭.୪%ରୁ ୬.୫%କୁ ହ୍ରାସ କରାଯାଇଥିଲା। ଏକ ବର୍ଷିୟା ସଞ୍ଚୟ ଯୋଜନା ଉପରେ ସୁଧହାରକୁ ସର୍ବାଧିକ ୧.୧ ପ୍ରତିଶତ ହ୍ରାସ କରାଯାଇ ୪.୪% କରାଯାଇଥିଲା। କିନ୍ତୁ ସରକାର ଆଦେଶ ପ୍ରତ୍ୟାହାର କରିନେବା ପରେ ସୁଧହାର ଅପରିବର୍ତ୍ତିତ ରହିବ।

01 Apr 2021 By The Sakala

ସୁଧହାର ହ୍ରାସ ନେଇ କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ : କାଲି ନିଷ୍ପତ୍ତି, ଆଜି ପ୍ରତ୍ୟାହାର

ନୂଆଦିଲ୍ଲୀ :  କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକ ଉପରେ ସୁଧହାର ହ୍ରାସ କରିବାର ନିଷ୍ପତ୍ତିକୁ ୨୪ ଘଣ୍ଟା ନ ପୂରୁଣୁ କେନ୍ଦ୍ର ସରକାର ୟୁ-ଟର୍ଣ୍ଣ କରିଛନ୍ତି। ଗତ କାଲି ସରକାର ସୁଧହାର ହ୍ରାସ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଆଜି ତାହାକୁ ଫେରାଇ ନେଇଛନ୍ତି। ସୁଧହାର ହ୍ରାସ ପାଇଁ ଭୁଲ ବଶତଃ ଆଦେଶ ଜାରି ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସମସ୍ତ ଯୋଜନାଗୁଡ଼ିକରେ ପୁରୁଣା ସୁଧହାର ପୂର୍ବପରି ରହିବ, ଯାହା ଗତବର୍ଷ ମାର୍ଚ୍ଚ ତ୍ରୈମାସିକରେ ରହିଥିଲା। ସଞ୍ଚୟ ଜମାଖାତାରେ ବାର୍ଷିକ ୪% ସୁଧ ମିଳିବ।

ସୂଚନାଯୋଗ୍ୟ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌), ନ୍ୟାଶନାଲ ସେଭିଙ୍ଗସ୍‌ ସ୍କିମ୍ (ଏନ୍‌ଏସ୍‌ସି) ଓ ଅନ୍ୟାନ୍ୟ କ୍ଷୁଦ୍ର ସଞ୍ଚୟ ଜମା ଉପରେ ମିଳୁଥିବା ସୁଧ ହାରକୁ ସରକାର ହ୍ରାସ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅର୍ଥାତ୍‌ ଏପ୍ରିଲ ୧ରୁ ଏହି ସଂଶୋଧିତ ସୁଧ ହାର ଲାଗୁ ହେବ ବୋଲି ବିଜ୍ଞପ୍ତି ଜାରି କରାଯାଇଥିଲା

ବିଜ୍ଞପ୍ତି ଅନୁଯାୟୀ, ପିପିଏଫ୍‌ ସୁଧ ହାର ୭.୧%ରୁ ୬.୪%କୁ ହ୍ରାସ କରାଯାଇଥିଲା। ସେହିପରି ଏନ୍‌ଏସସି ସୁଧ ହାର ୬.୮%ରୁ ୫.୯%କୁ ହ୍ରାସ କରାଯାଇଥିଲା। କିଷାନ ବିକାଶ ପତ୍ର (କେଭିପି) ସୁଧ ହାର ୬.୯%ରୁ ୬.୨%କୁ, ସୁକନ୍ୟା ସମୃଦ୍ଧି ଯୋଜନା ୭.୬%ରୁ ୬.୯%କୁ ଓ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସୁଧ ହାର ୭.୪%ରୁ ୬.୫%କୁ ହ୍ରାସ କରାଯାଇଥିଲା। ଏକ ବର୍ଷିୟା ସଞ୍ଚୟ ଯୋଜନା ଉପରେ ସୁଧହାରକୁ ସର୍ବାଧିକ ୧.୧ ପ୍ରତିଶତ ହ୍ରାସ କରାଯାଇ ୪.୪% କରାଯାଇଥିଲା। କିନ୍ତୁ ସରକାର ଆଦେଶ ପ୍ରତ୍ୟାହାର କରିନେବା ପରେ ସୁଧହାର ଅପରିବର୍ତ୍ତିତ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର