ମୁମ୍ବଇ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ। ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋ’ରେ ସନ୍ଧ୍ୟା ହଲ୍ ବାହାରେ ଦଳାଚକଟା ଘଟିଥିଲା। ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁଯାୟୀ, ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ଡିସେମ୍ବର ୪ରେ ରିଲିଜ୍ ହୋଇଥିଲା । ଫିଲ୍ମ ରିଲିଜ ବେଳେ ଅଭିନେତା ଓ ଫିଲ୍ମର ଅନ୍ୟ ସଦସ୍ୟ ପହଞ୍ଚିବା ବେଳେ ଘଟିଥିଲା ଭୟଙ୍କର ଦଲାଚକଟା ସ୍ଥିତି । ଭିଡ ଏତେ ମାତ୍ରାରେ ବଢିଥିଲା ଯେ ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଦେଇଥିବା ଦାବି କରିଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ।
ଖବର ଅନୁଯାୟୀ, ଦଳାଚକଟା ଘଟଣାରେ ପୁଲିସ ପୂର୍ବରୁ ସନ୍ଧ୍ୟା ଥିଏଟରର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ।