‘ପୁଷ୍ପା-୨’ରେ ଜୁନିୟର ଏନ୍‌ଟିଆର୍‌ଙ୍କ ଏଣ୍ଟ୍ରି

ସାଉଥ୍ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍‌’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଦିନକୁ ଦିନ ନୂଆ ନୂଆ ଖବର ବି ସାମ୍ନାକୁ ଆସୁଛି। ଏହି କ୍ରମରେ ଏବେ ଏହି ସିନେମାରେ ଅଲ୍ଲୁଙ୍କ ସହ ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଯୋଡ଼ି ଦେଖୀବାକୁ ମିଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ଖବର ସାମ୍ନାକୁ ଆସିବା ପରେ ‘ପୁଷ୍ପା’ ପ୍ରଶଂସକଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ‘ପୁଷ୍ପା ୨’ର ସୁଟିଂ ସେଟ୍‌େର […]

ସାଉଥ୍ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍‌’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଦିନକୁ ଦିନ ନୂଆ ନୂଆ ଖବର ବି ସାମ୍ନାକୁ ଆସୁଛି। ଏହି କ୍ରମରେ ଏବେ ଏହି ସିନେମାରେ ଅଲ୍ଲୁଙ୍କ ସହ ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଯୋଡ଼ି ଦେଖୀବାକୁ ମିଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ଖବର ସାମ୍ନାକୁ ଆସିବା ପରେ ‘ପୁଷ୍ପା’ ପ୍ରଶଂସକଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ‘ପୁଷ୍ପା ୨’ର ସୁଟିଂ ସେଟ୍‌େର ଜୁନିଅର ଏନ୍‌ଟିଆର୍‌ଙ୍କ ଫଟୋ ସେୟାର୍‌ କରାଯାଇଛି। ଏଥିରେ ଜୁନିୟର ଏନଟିଆର୍‌ ଏକଦମ୍ କୁଲ୍‌ ଅନ୍ଦାଜ୍‌ରେ ଦେଖାଯାଇଛନ୍ତି ଏବଂ ସେ ଧଳା ସାର୍ଟ ଓ ଟ୍ରାଉଜର ପିଦ୍ଧିଛନ୍ତି। ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ‘ପୁଷ୍ପା ୨’ର ସୁଟିଂ ଚାଲିଛି। ତେେବ ଜୁନିୟର ଏନ୍‌ଟିଆର୍ ଅଲ୍ଲୁ ଓ ଫିଲ୍ମର ନିର୍ଦ୍ଦେଶକ ସୁକୁମାରଙ୍କୁ ଦେଖା କରିବାକୁ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ।

ତାଙ୍କର ଏହି ସାକ୍ଷାତ ପଛରେ କାରଣ କ’ଣ, ସେ କଥା ଏବେ ଜଣାପଡ଼ି ନାହିଁ। କୁହାଯାଉଛି, ଏଥିରେ ଜୁନିୟର ଏନ୍‌ଟିଆର୍ ଅତିଥି କଳାକାର ଭାବେ ନଜର ଆସିପାରନ୍ତି। ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ କୌଣସି ତଥ୍ୟ ମିଳି ନାହିଁ। ସେହିପରି କେଉଁ ଉଦ୍ଦେଶ୍ୟରେ ସେ ସେଟ୍‌ରେ ପହଞ୍ଚିଛନ୍ତି, ତାହା ଶୀଘ୍ର ଜଣାପଡ଼ିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଜୁନିଅର୍‌ ଏନ୍‌ଟିଆର୍‌ ଏବେ ‘ଏନ୍‌ଟିଆର୍‌୩୦’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଜାହ୍ନବୀ କପୁର ଅଭିନୟ କରୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ପ୍ରାୟ ୩୫୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମ ପାଇଁ ଅଲ୍ଲୁ ଶହେ କୋଟି ଟଙ୍କା ନେଇଥିବା ଜଣାପଡ଼ିଛି।

About The Author: The Sakala