ପୁଷ୍ପା-୨ ଫିଲ୍ମ ସୁଟ୍ ପାଇଁ ମାଲକାନଗିରିରେ ପହଞ୍ଚିଲା ସୁଟିଂ ସେଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୋଲେରୁ ଠାରେ ସାଉଥ ସୁପର ହିଟ ଚଳଚିତ୍ର ପୁଷ୍ପାର ଦ୍ଵିତୀୟ ଭାଗ ସୁଟିଂ ନିମନ୍ତେ ଆଜି ସିନେମା ସେଟ ଆସି ପହଞ୍ଚିଛି । ସିନେମା ସୁଟିଂ ପାଇଁ ଟିମ ପକ୍ଷରୁ ନକଲି ଚନ୍ଦନ କାଠ, ଗଛ, ଷ୍ଟେଜ ପରି ବିଭିନ୍ନ ସାମଗ୍ରୀ ଆସିଥିବା ବେଳେ ଏହି ସାମଗ୍ରୀ ଗୁଡିକୁ ସିନେମା ସୁଟିଂ ପାଇଁ ବ୍ୟବହାର କରାଯିବ ବୋଲି ଜଣା ପଡିଛି । ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଏହି ଚଳଚିତ୍ର ସୁଟିଂ କରିବା ପାଇଁ […]

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୋଲେରୁ ଠାରେ ସାଉଥ ସୁପର ହିଟ ଚଳଚିତ୍ର ପୁଷ୍ପାର ଦ୍ଵିତୀୟ ଭାଗ ସୁଟିଂ ନିମନ୍ତେ ଆଜି ସିନେମା ସେଟ ଆସି ପହଞ୍ଚିଛି । ସିନେମା ସୁଟିଂ ପାଇଁ ଟିମ ପକ୍ଷରୁ ନକଲି ଚନ୍ଦନ କାଠ, ଗଛ, ଷ୍ଟେଜ ପରି ବିଭିନ୍ନ ସାମଗ୍ରୀ ଆସିଥିବା ବେଳେ ଏହି ସାମଗ୍ରୀ ଗୁଡିକୁ ସିନେମା ସୁଟିଂ ପାଇଁ ବ୍ୟବହାର କରାଯିବ ବୋଲି ଜଣା ପଡିଛି । ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଏହି ଚଳଚିତ୍ର ସୁଟିଂ କରିବା ପାଇଁ ନିର୍ଦ୍ଦେଶକ ଓ ଟିମ ସ୍ଥାନ ନିରୂପଣ କରିଥିବା ବେଳେ ଆଜି ଏହି ସାମଗ୍ରୀ ଗୁଡିକ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ସାମଗ୍ରୀ ଗୁଡିକ ସେଟ କରିବା ପରେ ଖୁବ ଶୀଘ୍ର ଚଳଚିତ୍ର ସୁଟିଂ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

About The Author: The Sakala