ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା । ରବିବାର ସକାଳେ ଜାମ୍ମୁ-କାଶ୍ମୀର ଓ ହିମାଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଭୂମିକମ୍ପ ଛଟକା ଲାଗିବା ପରେ ଭୟଭୀୟ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ରିପୋର୍ଟ ମୁତାବକ, ଭୂମିକମ୍ପର ତୀବ୍ରତା ୪.୯ ରହିଥିଲା । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୨୨୦ କିଲୋମିଟର ଗଭୀରତାରେ ରହିଛି । ଏହା ଆଫଗାନିସ୍ଥାନ-ତାଜକିସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ୭୧.୧୭ ଡିଗ୍ରୀ ପୂର୍ବ ଓ ୩୬.୬୪ ଡିଗ୍ରୀ ଉତ୍ତରରେ ରହିଛି । ଆଫଗାନିସ୍ଥାନରେ ସକାଳ ୧୦.୧୯ ମିନିଟ୍ ୫.୨ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହାର ଝଟକା ଉତ୍ତର ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଲାଗିଛି । ସେହିପରି ରାଜଧାନୀ ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି ।