ଫିଟିଲା ସମାଧାନର ବାଟ, ଦିଲ୍ଲୀରେ ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ଆପ୍‌‌-କଂଗ୍ରେସ

ନୂଆଦିଲ୍ଲୀ:  ଆମ୍‌ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସିଟ୍‌‌ ଭଗବଣ୍ଟାକୁ ନେଇ ଲାଗି ରହିଥିବା ଟଣାଓଟରା ଶେଷରେ ସମାଧାନ ହୋଇଛି। ଯଦି ସବୁ କିଛି ଠିକ୍‌ ରୁହେ ତେବେ ଦିଲ୍ଲୀରେ ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ଆପ୍‌‌-କଂଗ୍ରେସ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ସିଟ୍‌‌ ସେୟାରିଂ ଶେଷ ହୋଇଛି। ଏବେ ଏହା ପରେ ଆମ୍‌ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ସ୍ଥିର ହୋଇଥିବା କୁହାଯାଉଛି। ଲୋକସଭା […]

ନୂଆଦିଲ୍ଲୀ:  ଆମ୍‌ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସିଟ୍‌‌ ଭଗବଣ୍ଟାକୁ ନେଇ ଲାଗି ରହିଥିବା ଟଣାଓଟରା ଶେଷରେ ସମାଧାନ ହୋଇଛି। ଯଦି ସବୁ କିଛି ଠିକ୍‌ ରୁହେ ତେବେ ଦିଲ୍ଲୀରେ ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ଆପ୍‌‌-କଂଗ୍ରେସ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ସିଟ୍‌‌ ସେୟାରିଂ ଶେଷ ହୋଇଛି। ଏବେ ଏହା ପରେ ଆମ୍‌ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ସ୍ଥିର ହୋଇଥିବା କୁହାଯାଉଛି। ଲୋକସଭା ନିର୍ବାଚନ ଏକାଠି ଲଢ଼ିବାକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇଥିବା ସୂଚନା ମିଳିଛି।

ସମାଜବାଦୀ ପାର୍ଟି ପରେ କଂଗ୍ରେସର ସାଥ୍ ଦେବ ଆପ୍ । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ ମେଣ୍ଟରେ ନିର୍ବାଚନା ଲଢ଼ୁଥିବା କଂଗ୍ରେସ ଏବେ ଆଉ ୪ ରାଜ୍ୟରେ ଆପ୍ ସହ ମିଶି ନିର୍ବାଚନ ଲଢ଼ିବାକୁ ଯାଉଛି । ଗୁଜୁରାଟ, ଗୋଆ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମେଣ୍ଟରେ ଲଢ଼ିବା ନେଇ ସୂଚନା ମିଳିଛି । ଏହାସହ ପଞ୍ଜାବରେ ଉଭୟ ଦଳ ନିଜର ସହମତି ଅନ୍ୟ ନିର୍ବାଚନ ମଧ୍ୟ ଲଢ଼ିପାରିବେ । ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ ଏବଂ କଂଗ୍ରେସ ମିଳିତଭାବେ ନିର୍ବାଚନ ଲଢ଼ିଥିଲେ । ଯଦିଓ ଗଡ଼ବଡ଼ କାରଣରୁ ବିଜେପି କର୍ମୀ ବିଜୟୀ ହୋଇଥିଲେ ମାତ୍ର ପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆପର କଂଗ୍ରେସ ସମର୍ଥିତ ପ୍ରାଥୀ କୁଲଦୀପ କୁମାରଙ୍କୁ ବିଜୟୀ ଘୋଷଣା କରାଯାଇଛି । ତେବେ ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ବିଜୟ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।

ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ୪/୩ ଫର୍ମୁଲାରେ ନିର୍ବାଚନ ଲଢ଼ିବେ। ଦିଲ୍ଲୀରେ ଆପ ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀରେ ନିର୍ବାଚନ ଲଢ଼ିବ । ସେପଟେ ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଏବଂ ଚାନ୍ଦିନୀ ଚୌକ ଆସନରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇବ । ତେବେ ପୂର୍ବରୁ ଆପ ପକ୍ଷରୁ କୁହାଯାଇଥିଲା କି, ଦିଲ୍ଲୀରେ ଆପ ଏକାକି ନିର୍ବାଚନ ଲଢ଼ିବ। କିନ୍ତୁ ଅନ୍ୟ ରାଜ୍ୟରେ ଗଠବନ୍ଧନରେ ସାମିଲ ହେବ।

About The Author: The Sakala