ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ

Suryakanta Picture
Published On

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ କାର୍ଯ୍ୟକ୍ଷେତ୍ରରେ ଚାପ ଯୋଗୁଁ ଅନେକ ଲୋକଙ୍କୁ ରାତିରେ ଭଲ ନିଦ ହେଉନାହିଁ। ଦିନ ତମାମ କାମ କରିବା ପରେ ଶରୀର ଥକି ଯାଉଥିଲେ ମଧ୍ୟ ମନ ଶାନ୍ତ ନହେବା କାରଣରୁ ଶୋଇବାରେ ଅସୁବିଧା ହୋଇଥାଏ। ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ଯୋଗ ଏକ ଉତ୍ତମ ମାଧ୍ୟମ ହୋଇପାରେ। ଶୋଇବା ପୂର୍ବରୁ କିଛି ସହଜ ଯୋଗାସନ କଲେ ଶରୀରକୁ ଆରାମ ମିଳିବା ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ।

ଆହୁରି ପଢ଼ନ୍ତୁ: ମଦ୍ୟପାନକୁ 'ନା' କହୁଛି ଆଜିର ଯୁବପିଢ଼ି: ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ବଦଳୁଛି ଜୀବନଶୈଳୀ

ଶୋଇବା ପୂର୍ବରୁ ଲାଭଦାୟକ ଯୋଗାସନ

୧. ବାଲାସନ (Child's Pose): ଏହି ଆସନ କରିବା ଦ୍ୱାରା ଶରୀରର ମାଂସପେଶୀ ଆରାମ ପାଇଥାଏ। ଏହା ମସ୍ତିଷ୍କକୁ ଶାନ୍ତ କରିବା ସହ ଦିନସାରାର ଥକ୍କାପଣକୁ ଦୂର କରିଥାଏ। ଏହାକୁ କରିବା ଦ୍ୱାରା ପିଠି, ବେକ ଏବଂ କାନ୍ଧରୁ ଚାପ ହ୍ରାସ ପାଇଥାଏ।

ଆହୁରି ପଢ଼ନ୍ତୁ: ଲିଭର ପାଇଁ ବରଦାନ ସାଜିବ କଫି: ୧୩ ବର୍ଷର ରିସର୍ଚ୍ଚରୁ ମିଳିଲା ବଡ଼ ଖୁସି ଖବର

୨. ବିପରୀତ କରଣୀ (Legs Up The Wall Pose): ଯଦି ଆପଣ ଦିନସାରା ଛିଡ଼ା ହୋଇ କିମ୍ବା ବସି କାମ କରୁଛନ୍ତି, ତେବେ ଏହି ଆସନ ବହୁତ ଲାଭଦାୟକ। କାନ୍ଥକୁ ଆଉଜି ଗୋଡ଼କୁ ଉପରକୁ ଉଠାଇ କିଛି ସମୟ ରହିଲେ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସ୍ୱାଭାବିକ ହୋଇଥାଏ ଏବଂ ଗୋଡ଼ ବିନ୍ଧାରୁ ମଧ୍ୟ ମୁକ୍ତି ମିଳିଥାଏ।

ଆହୁରି ପଢ଼ନ୍ତୁ: କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର

୩. ଶବାସନ (Corpse Pose): ଯୋଗ ଶେଷ କରିବା ପରେ ଶବାସନ କରନ୍ତୁ। ଏଥିରେ ଚିତ୍ ହୋଇ ଶୋଇ ଶରୀରକୁ ସମ୍ପୂର୍ଣ୍ଣ ଢିଲା ଛାଡ଼ିଦିଅନ୍ତୁ ଏବଂ ନିଜର ଶ୍ୱାସକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଏହା ଗଭୀର ନିଦ ଆଣିବାରେ ସାହାଯ୍ୟ କରିଥାଏ।

ପ୍ରାଣାୟାମ ଏବଂ ଧ୍ୟାନ

କେବଳ ଆସନ ନୁହେଁ, ଶୋଇବା ପୂର୍ବରୁ କିଛି ସମୟ ପ୍ରାଣାୟାମ (Pranayama) କରିବା ଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ। ଗଭୀର ଶ୍ୱାସ ନେବା ଏବଂ ଛାଡ଼ିବା ଦ୍ୱାରା ଶରୀରରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଥାଏ। ଏହାବ୍ୟତୀତ ଧ୍ୟାନ (Meditation) କିମ୍ବା କୌଣସି ଶାନ୍ତ ଧ୍ୱନି ଶୁଣିବା ଦ୍ୱାରା ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ମାନସିକ ସ୍ଥିରତା ଆସିଥାଏ।

ଉପଯୁକ୍ତ ପରିବେଶର ଆବଶ୍ୟକତା

ଶୋଇବା ପୂର୍ବରୁ କେବଳ ଯୋଗ କରିବା ଯଥେଷ୍ଟ ନୁହେଁ, ବରଂ ଶୋଇବା ଘରର ପରିବେଶ ମଧ୍ୟ ଠିକ୍ ରହିବା ଜରୁରୀ। ଘରର ଆଲୋକ କମ୍ ରଖନ୍ତୁ ଏବଂ ଶୋଇବାର ଅତିକମରେ ଅଧଘଣ୍ଟା ପୂର୍ବରୁ ମୋବାଇଲ୍, ଲାପଟପ୍ କିମ୍ବା ଟିଭି ଭଳି ଇଲେକ୍ଟ୍ରୋନିକ୍ସ ଉପକରଣଠାରୁ ଦୂରେଇ ରୁହନ୍ତୁ। ଏହାଦ୍ୱାରା ଶରୀର ସ୍ୱାଭାବିକ ଭାବରେ ବିଶ୍ରାମ ମୋଡ୍‌କୁ ଚାଲିଆସିଥାଏ। ଏହି ସବୁ ସହଜ ଯୋଗାସନ ଏବଂ ସାମାନ୍ୟ ପରିବର୍ତ୍ତନ ଆପଣଙ୍କୁ ଚାପମୁକ୍ତ କରିବା ସହ ଏକ ସୁସ୍ଥ ଏବଂ ଗଭୀର ନିଦ ପ୍ରଦାନ କରିବାରେ ବେଶ୍ ସହାୟକ ହୋଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp