ରାଜଧାନୀରେ ଅଘଟଣ: ବାଣୀବିହାର ଡ୍ରେନ୍‌ରେ ଭାସି ଯୁବକ ନିଖୋଜ

ଭୁବନେଶ୍ୱର: ବର୍ଷା ଆସୁ ଆସୁ ରାଜଧାନୀ ଭୁବନେଶ୍ୱରରେ ବଡ ଅଘଟଣ । ବାଣୀବିହାର ଡ୍ରେନ୍‌ରେ ଭାସି ଯୁବକ ନିଖୋଜ । ପ୍ରବଳ ବର୍ଷା ଯୋଗୁଁ ଜଣେ ସ୍ଥାନୀୟ ଯୁବକ ନାଳରେ ଭାସି ଯାଇ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡ୍ରେନରେ ପାଣିର ସ୍ରୋତ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିଲେ ମଧ୍ୟ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଅଭିଯାନ ଜୋରଦାର ଭାବେ ଚାଲିଛି। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି ପରେ ବି ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ । ଏବେ ବି ଉଦ୍ଧାର କାରୀ ଦଳମାନେ ସର୍ଚ୍ଚ ଅପରେସନ କରୁଛନ୍ତି ।

About The Author: Madhusudan Das