ଭୁବନେଶ୍ବର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ନୂଆଦିଲ୍ଲୀ ଅଭିମୁଖେ ପଠାଇବାକୁ ବ୍ୟବସ୍ଥା କରୁଛନ୍ତି। ଆଜି ଅପରାହ୍ନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ବିମାନ। ଏହି ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଥିଲେ। ବିମାନ ଟେକଅପ୍ କରିବାର ୧୦ ମିନିଟ୍ ପରେ ମଝି ଆକାଶରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିଲା। ଯେଉଁଥିପାଇଁ ବିମାନର ୱିଣ୍ଡସିଲ୍ ଭାଙ୍ଗି ଯାଇଥିଲା। କୁଆପଥର ମାଡ଼ରେ ବିମାନର ଆଗ ପାର୍ଶ୍ୱରେ ଅନେକ ସ୍ଥାନରେ ଚେପା ହୋଇଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପାଇଲଟ୍ ବିମାନକୁ ଆଗକୁ ନେବା ପରିବର୍ତ୍ତେ ଜରୁରୀ ଅବତରଣ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହିତ ଯୋଗାଯୋଗ କରିଥିଲେ। ତା’ପରେ ବିମାନ ଜରୁରୀ ଅବତରଣ କରିଥିଲା।
କୁଆପଥର ମାଡ଼ ପରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ
ଭୁବନେଶ୍ବର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ନୂଆଦିଲ୍ଲୀ ଅଭିମୁଖେ ପଠାଇବାକୁ ବ୍ୟବସ୍ଥା କରୁଛନ୍ତି। ଆଜି ଅପରାହ୍ନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ବିମାନ। ଏହି ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଥିଲେ। ବିମାନ ଟେକଅପ୍ କରିବାର ୧୦ ମିନିଟ୍ […]