ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: କମିଶନରେଟ୍ ପୁଲିସର ବହିଷ୍କୃତ ତଥା ଗିରଫ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍। ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ୫ଜଣିଆ ଟିମ୍। କଳ୍ପନା ଛକରେ ଥିବା କ୍ୱାର୍ଟସ, ଡୁମଡୁମାରେ ଥିବା ସ୍ମାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡାର ସାଉଥ ସିଟି ବାର୍ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଥିବା ଦୁଇ ମହଲା କୋଠାରେ ଚଢ଼ାଉ ହୋଇଛି। ଚଢ଼ାଉରେ ୨ ଡିଏସପି ଓ ୫ ଇନସ୍ପେକ୍ଟର ସାମିଲ ହୋଇଛନ୍ତି। ପୂର୍ବରୁ କୋଭିଡ […]

ଭୁବନେଶ୍ୱର: କମିଶନରେଟ୍ ପୁଲିସର ବହିଷ୍କୃତ ତଥା ଗିରଫ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍। ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ୫ଜଣିଆ ଟିମ୍। କଳ୍ପନା ଛକରେ ଥିବା କ୍ୱାର୍ଟସ, ଡୁମଡୁମାରେ ଥିବା ସ୍ମାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡାର ସାଉଥ ସିଟି ବାର୍ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଥିବା ଦୁଇ ମହଲା କୋଠାରେ ଚଢ଼ାଉ ହୋଇଛି। ଚଢ଼ାଉରେ ୨ ଡିଏସପି ଓ ୫ ଇନସ୍ପେକ୍ଟର ସାମିଲ ହୋଇଛନ୍ତି।

ପୂର୍ବରୁ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରି ସାଉଥ୍ ସିଟି ହୋଟେଲ୍ ଓ ବାର୍ ଚାଲାଇଥିବା ଅଭିଯୋଗରେ ପ୍ରସନ୍ନ ବେହେରାଙ୍କୁ ଗିରଫ ପରେ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଏହାସହ ହୋଟେଲରେ ରେଡ୍ ବେଳେ ଜବତ ହୋଇଥିଲା ବିପୁଳ ମଦ।

About The Author: The Sakala