ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ଅଙ୍ଗନବାଡ଼ି ଦିଦି, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ଦିଦି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ  ଚଢାଉ କରିଛି। ଭୁବନେଶ୍ୱର କରୋଡ଼କଣ୍ଟାର ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କ ଘରେ ରେଡ୍ ଚାଲିଛି। ତାଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ କବିତା ମଥାନଙ୍କର କେତେ ଆୟ ବର୍ହିଭୂତ ସମ୍ପତ୍ତି ଅଛି ଏପରର୍ଯ୍ଯନ୍ତ ଜଣା ପଡିନାହିଁ ରେଡ୍ […]

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ଦିଦି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ  ଚଢାଉ କରିଛି। ଭୁବନେଶ୍ୱର କରୋଡ଼କଣ୍ଟାର ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କ ଘରେ ରେଡ୍ ଚାଲିଛି। ତାଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ କବିତା ମଥାନଙ୍କର କେତେ ଆୟ ବର୍ହିଭୂତ ସମ୍ପତ୍ତି ଅଛି ଏପରର୍ଯ୍ଯନ୍ତ ଜଣା ପଡିନାହିଁ ରେଡ୍ ସରିବା ପରେ ସ୍ପଷ୍ଟ ଜଣା ପଡିବ ।

About The Author: The Sakala