ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ପ୍ରକଳ୍ପ ସଖୀ’ ଅଧୀନରେ ଏକ ନୂତନ ସିଲେଇ ତାଲିମ ବ୍ୟାଚର ଶୁଭାରମ୍ଭ ସହିତ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି । ୨୦୧୫ରେ ଆରମ୍ଭ ପରଠାରୁ ଏହି ପ୍ରକଳ୍ପ ଦକ୍ଷତା ବିକାଶ, ଉଦ୍ୟୋମିତା ଏବଂ ଜୀବିକା ସୁଯୋଗ ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି । ୫୦୦ ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସହିତ କାର୍ଯ୍ୟ କରିବା ଏବଂ ଆଖପାଖ ଗାଁର ୫୦୦୦ ରୁ ଅଧିକ ମହିଳାଙ୍କୁ ଏହି ପଦକ୍ଷେପ ଉଭୟ କୃଷି ଏବଂ ଅଣ-କୃଷି କ୍ଷେତ୍ରରେ ୧୯୦୦ ରୁ ଅଧିକ ଆୟକାରୀ ଉଦ୍ୟୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଛି।
ଶକ୍ତିମୟୀ ଫାଉଣ୍ଡେସନ ସହିତ ମିଳିତ ଭାବେ କାର୍ଯ୍ୟକାରୀ ହୋଇଥିବା ଏହି କାର୍ଯ୍ୟକ୍ରମ ମହିଳାମାନଙ୍କୁ ବ୍ୟବହାରିକ ଦକ୍ଷତା, ଆର୍ଥିକ ସଚେତନତା ଏବଂ ଜୀବିକା ସହାୟତା ସହିତ ସଜ୍ଜିତ କରିଥାଏ, ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଏବଂ ସେମାନଙ୍କ ପରିବାରର କଲ୍ୟାଣରେ ଅର୍ଥପୂର୍ଣ୍ଣ ଯୋଗଦାନକୁ ସକ୍ଷମ କରୁଛି । ମହିଳାମାନଙ୍କୁ ନିଯୁକ୍ତି ଯୋଗ୍ୟ ଦକ୍ଷତା ଏବଂ ସ୍ଥାୟୀ ଆୟ ସୃଷ୍ଟି ପାଇଁ ସୁଯୋଗ ପ୍ରଦାନ କରି ଏହି ପ୍ରୟାସକୁ ଆହୁରି ସୁଦୃଢ଼ କରିବା ଏହି ନୂତନ ସିଲେଇ ବ୍ୟାଚର ଲକ୍ଷ୍ୟ।
ଏହି ପଦକ୍ଷେପ ସମ୍ପର୍କରେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନିୟମ ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, କହିଛନ୍ତି, "ବେଦାନ୍ତ ଆଲୁମିନିୟମରେ ଆମେ ବିଶ୍ୱାସ କରୁ ଯେ ମହିଳା ସଶକ୍ତିକରଣ ସୁଯୋଗରୁ ଆରମ୍ଭ ହୋଇଥାଏ। ସଖୀ ପ୍ରକଳ୍ପ ମାଧ୍ୟମରେ ଆମେ ମହିଳାମାନଙ୍କୁ ଦକ୍ଷତା, ଆତ୍ମବିଶ୍ୱାସ ଏବଂ ସ୍ଥାୟୀ ଜୀବିକା ନିର୍ମାଣ କରିବାର ମାଧ୍ୟମ ସହିତ ସଜ୍ଜିତ କରୁଛୁ। ଉଦ୍ୟୋଗୀ, ଘରୋଇ ଆୟରେ ଯୋଗଦାନକାରୀ ଏବଂ ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ ଆଦର୍ଶ ଭାବେ ସେମାନଙ୍କ ପରିବର୍ତ୍ତନର ସାକ୍ଷୀ ହେବା ପ୍ରେରଣାଦାୟୀ ଅଟେ । ସେମାନଙ୍କର ସଫଳତା ଦକ୍ଷତା ବିକାଶ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବାର ପ୍ରକୃତ ପ୍ରଭାବକୁ ପ୍ରତିଫଳିତ କରେ ।
ତାଙ୍କ ଅଭିଜ୍ଞତା ସେୟାର କରି ପେଡିଗୁଡା ସ୍ଥିତ ମା ଖମ୍ବେଶ୍ୱରୀ ଏସଏଚଜିର ସଦସ୍ୟ ସୁଶ୍ରୀ ନମିତା ବେହେରା କହିଛନ୍ତି "ପ୍ରକଳ୍ପ ସଖୀ ଅଧୀନରେ ସିଲେଇ ପ୍ରଶିକ୍ଷଣରେ ଯୋଗଦେବା ପୂର୍ବରୁ, ମୁଁ କେବେ କଳ୍ପନା କରିନଥିଲି ଯେ ମୁଁ ଏପରି ଏକ କୌଶଳ ଶିଖିପାରିବି ଯାହା ମୋତେ ରୋଜଗାର କରାଇବା ସହିତ ମୋ ପରିବାରକୁ ସାହାଯ୍ୟ କରିବ। ଏହି କାର୍ଯ୍ୟକ୍ରମ ମୋତେ ସିଲେଇ ଏବଂ ପୋଷାକ ତିଆରି ଶିଖାଇଛି, ମୋର ଆତ୍ମବିଶ୍ୱାସକୁ ମଜବୁତ କରିଛି ଏବଂ ମୋତେ ଅଧିକ ସ୍ୱାଧୀନତା ଦେଇଛି। ଆଜି, ମୁଁ ମୋର ଘରୋଇ ଆୟରେ ଯୋଗଦାନ କରିପାରିବି ଏବଂ ଜୀବିକାର ନୂତନ ସୁଯୋଗ ଅନ୍ୱେଷଣ କରିପାରିବି। ମୋ ଭଳି ମହିଳାମାନଙ୍କୁ ଆମ ପରିବାର ପାଇଁ ଏକ ଉତ୍ତମ ଭବିଷ୍ୟତ ନିର୍ମାଣ କରିବାରେ ସାହାଯ୍ୟ କରିଥିବାରୁ ମୁଁ ବେଦାନ୍ତ ଆଲୁମିନିୟମ ନିକଟରେ କୃତଜ୍ଞ ।
ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଠାରୁ ଅଧିକ ସଖୀ ପ୍ରକଳ୍ପ ମହିଳାମାନଙ୍କ ଆକାଂକ୍ଷାକୁ ସ୍ଥାୟୀ ଜୀବିକାରେ ରୂପାନ୍ତରିତ କରିବା, ଆତ୍ମବିଶ୍ୱାସ, ଆର୍ଥିକ ସ୍ୱାଧୀନତା ଏବଂ ସାମାଜିକ ଅର୍ନ୍ତଭୁକ୍ତିକରଣକୁ ପ୍ରୋତ୍ସାହିତ ଲାଗି ପାଇଁ ସଶକ୍ତ କରୁଛି। ଉଦ୍ୟମିତା, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା ଏବଂ ଜୀବିକା ବୃଦ୍ଧି କ୍ଷେତ୍ରରେ ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ମାଧ୍ୟମରେ, ଏହି ପଦକ୍ଷେପ ମହିଳାମାନଙ୍କୁ ସେମାନଙ୍କ ପରିବାର ଏବଂ ସମ୍ପ୍ରଦାୟ ମଧ୍ୟରେ ପରିବର୍ତ୍ତନର ଉତପ୍ରେରକ ଭାବରେ ଉଭା ହେବାରେ ସକ୍ଷମ କରୁଛି।