ଭୁବନେଶ୍ୱର: ଯୁଆଡ଼େ ଚାହିଁଲେ କୁଢ଼କୁଢ଼ ଆବର୍ଜନା। ଦିନଦିନ ଧରି ଆବର୍ଜନା ଗଦାହୋଇ ରହିଥିଲେ ବି ସେସବୁକୁ ଉଠାଯାଉନାହିଁ। ଦୁର୍ଗନ୍ଧରେ ନାକ ଫାଟିଯାଉଛି। ଏଭଳି ଅବସ୍ଥା ରାଜଧାନୀର ଅନେକ ଗଳିକନ୍ଦିରେ ଦେଖିବାକୁ ମିଳୁଥିବାବେଳେ ଏବେ ଖୋଦ୍ ରାଜଧାନୀର ପ୍ରମୁଖ ସ୍ଥାନ ୟୁନିଟ୍-୨ସ୍ଥିତ ମାର୍କେଟ ବିଲ୍ଡିଂ ପରିସରରେ ବି ଦେଖିବାକୁ ମିଳୁଛି। ସହରକୁ ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ଏଠାରେ ତାହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି। ବାହାରୁ ଚକାଚକ୍ ଥିବାବେଳେ ଭିତରେ କିନ୍ତୁ ଓଲଟା ସ୍ଥିତି। ରାସ୍ତାଘାଟକୁ ସ୍ୱଚ୍ଛ ଓ ସବୁଜ କରିବା ପାଇଁ ବିଏମ୍ସି ପକ୍ଷରୁ ନାରା ଦିଆଯାଉଥିଲେ ହେଁ ସଚେତନତା ଅଭାବରୁ ଏହାର ବିକଳଚିତ୍ର ଦେଖିବାକୁ ମିଳିଛି। ପ୍ଲାଷ୍ଟିକ୍ ଜରି, ବୋତଲଠାରୁ ଆରମ୍ଭ କରି ମାର୍କେଟରୁ ବାହାରୁଥିବା ବିଭିନ୍ନ ଅଳିଆ ଆବର୍ଜନା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଫଳରେ ମଶାମାଛିଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଉଛି। ପ୍ରତ୍ୟେକଦିନ ମାର୍କେଟକୁ ହଜାର ହଜାର ଲୋକ ଆସୁଥିବାବେଳେ ଏଭଳି ସ୍ଥିତି ଯୋଗୁଁ ନାକ ଟେକୁଛନ୍ତି। ଏବେ ନାନା ପ୍ରକାର ପର୍ବପର୍ବାଣି ପାଇଁ ମାର୍କେଟ୍ ଭିଡ଼ ହେଉଥିବାବେଳେ ଅପରିଷ୍କାର ପରିବେଶ ସେମାନଙ୍କୁ ନିରୁତ୍ସାହିତ କରୁଛି। ପ୍ରତ୍ୟେକଦିନ ସଫେଇ ଗାଡ଼ି ଆସୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଦୋକାନୀମାନେ କହିଛନ୍ତି।ସମାଜକୁ ସବୁଜ ସୁନ୍ଦର କରିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ବି ତାହା ଏକ ପ୍ରକାର ଭେଳିକି ପାଲଟିଛି ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ। ସେଠାରେ ଡଷ୍ଟବିନ୍ର ବ୍ୟବହାର ହେଉନାହିଁ। ଆଉ ଯଦିଓ ଡଷ୍ଟବିନ୍ ବ୍ୟବହାର କରାଯାଉଛି, ଏହାକୁ ସଫାସୁତୁରା କରାଯାଉନାହିଁ। ଏଥିପାଇଁ ବିଏମ୍ସି ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଏମ୍ସି ପକ୍ଷରୁ ଦିନ ଦିନ ଧରି ଏଠାରୁ ଅଳିଆ ଆବର୍ଜନା ଉଠାଯାଉ ନାହିଁ ଏବଂ ବିଳମ୍ବରେ ଅଳିଆ ଉଠୁଥିବା ଦୋକାନୀ କହିଛନ୍ତି।
ୟୁନିଟ୍-୨ ମାର୍କେଟ ବିଲ୍ଡିଂର ବିକଳ ଚିତ୍ର: ଉଠୁନି ଆବର୍ଜନା, ଦୁର୍ଗନ୍ଧରେ ଫାଟୁଛି ନାକ
ଭୁବନେଶ୍ୱର: ଯୁଆଡ଼େ ଚାହିଁଲେ କୁଢ଼କୁଢ଼ ଆବର୍ଜନା। ଦିନଦିନ ଧରି ଆବର୍ଜନା ଗଦାହୋଇ ରହିଥିଲେ ବି ସେସବୁକୁ ଉଠାଯାଉନାହିଁ। ଦୁର୍ଗନ୍ଧରେ ନାକ ଫାଟିଯାଉଛି। ଏଭଳି ଅବସ୍ଥା ରାଜଧାନୀର ଅନେକ ଗଳିକନ୍ଦିରେ ଦେଖିବାକୁ ମିଳୁଥିବାବେଳେ ଏବେ ଖୋଦ୍ ରାଜଧାନୀର ପ୍ରମୁଖ ସ୍ଥାନ ୟୁନିଟ୍-୨ସ୍ଥିତ ମାର୍କେଟ ବିଲ୍ଡିଂ ପରିସରରେ ବି ଦେଖିବାକୁ ମିଳୁଛି। ସହରକୁ ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ଏଠାରେ ତାହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି। ବାହାରୁ ଚକାଚକ୍ ଥିବାବେଳେ ଭିତରେ କିନ୍ତୁ ଓଲଟା ସ୍ଥିତି। ରାସ୍ତାଘାଟକୁ ସ୍ୱଚ୍ଛ ଓ ସବୁଜ […]