କଟକ: ବିରୂପା ନଦୀ ବ୍ୟାରେଜ୍ ନିକଟରୁ ୨ ଭାଇଙ୍କ ମୃତଦେହ ଉଦ୍ଧାର । ଯୁବକ ଦୁଇ ଜଣ ହେଲେ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ । ଆଜି ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ତାଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଚୌଦ୍ବାର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ ପଠାଇଛି । ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଅଧିକ ତଦନ୍ତ କରୁଛି ପୋଲିସ୍।