ଭୁବନେଶ୍ୱର: ୪ କୋଟି ଟଙ୍କାର ମହା ଠକେଇ ଅଭିଯୋଗ । ମହାରାଷ୍ଟ୍ରର ଦୁଇ ଭାଇ ଭୁବନେଶ୍ୱର ଆସି ଲୋକଙ୍କୁ ଚୂନ ଲଗାଇ ଚମ୍ପଟ ମାରିଛନ୍ତି । ସିସିଟିଭି ଲଗାଇବା ଆଳରେ ଲୋକଙ୍କୁ ୪ କୋଟି ଟଙ୍କା ଚୂନ ଲଗାଇ ଫେରାର ହୋଇଯାଇଛନ୍ତି ମହାରାଷ୍ଟ୍ରର ଦୁଇ ଭାଇ । ଦୁଇ ଠକ ଭାଇ ହେଲେ ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହ । ପାଖାପାଖି ୫୦ ଜଣ ଶାହା ବ୍ରଦର୍ସଙ୍କ ଠକେଇର ଶିକାର ହୋଇଥିବା ନେଇ ସୂଚନା ମିଳିଛି ।
ମହାରାଷ୍ଟ୍ରର ଏହି ଦୁଇ ଭାଇ ଲକଙ୍କ ଠକି ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଘରୁ କେଉଁଆଡ଼େ ଚମ୍ପଟ ମାରିଛନ୍ତି । ଡିଲର ପଏଣ୍ଟକୁ ସେମାନେ ଦେଇଥିବା କୋଟି କୋଟି ଟଙ୍କାର ଚେକ୍ ବାଉନ୍ସ ହୋଇଛି । ସେହିପରି ସେମାନେ ଲିଜ୍ରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ବି ଚଳୁ କରି ଦେଇଛନ୍ତି ଠକ ଶାହା ବ୍ରଦର୍ସ । ଏହା ବ୍ୟତୀତ ସୁନ୍ଦରପଦାରେ ଆପାର୍ଟମେଣ୍ଟ ବିକିବାକୁ କହି ଅନେକକୁ ଠକିଛନ୍ତି।