ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ: ‘ପ୍ରକୃତ ଚାଷୀଙ୍କ ପାଖରେ ନାହିଁ ଟୋକନ, ଯାହାର ଧାନ ଅମଳ ହୋଇନାହିଁ ତାଙ୍କୁ ଦିଆଯାଇଛି ଟୋକନ’

ଭୁବନେଶ୍ବର: ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଲାଗି ରହିଛି ଝିପ୍‌ଝିପ୍‌ ବର୍ଷା। ହଜାର ହଜାର ଏକର ଧାନ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହୋଇଯାଇଛି ତା ପାଖରେ ଟୋକନ ନାହିଁ, କିନ୍ତୁ ଯାହାର ଧାନ ଅମଳ ହୋଇନାହିଁ ତାକୁ ଟୋକନ ଦିଆଯାଇଛି। ଚାଷୀ ଅମଳ ହୋଇଥିବା ଧାନ କେଉଁଠି ରଖିବ। ମଣ୍ଡିରେ ଧାନ ବର୍ଷାପାଣିରେ ନଷ୍ଟ ହେଉଛି ।ଗ୍ରାଉଣ୍ଡରେ କ’ଣ ଅବସ୍ଥା […]

ଭୁବନେଶ୍ବର: ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଲାଗି ରହିଛି ଝିପ୍‌ଝିପ୍‌ ବର୍ଷା। ହଜାର ହଜାର ଏକର ଧାନ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହୋଇଯାଇଛି ତା ପାଖରେ ଟୋକନ ନାହିଁ, କିନ୍ତୁ ଯାହାର ଧାନ ଅମଳ ହୋଇନାହିଁ ତାକୁ ଟୋକନ ଦିଆଯାଇଛି। ଚାଷୀ ଅମଳ ହୋଇଥିବା ଧାନ କେଉଁଠି ରଖିବ। ମଣ୍ଡିରେ ଧାନ ବର୍ଷାପାଣିରେ ନଷ୍ଟ ହେଉଛି ।ଗ୍ରାଉଣ୍ଡରେ କ’ଣ ଅବସ୍ଥା ସରକାର ନିଜେ ଯାଇ ଦେଖନ୍ତୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଧାନ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର। ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲକୁ ଯାଉଛି। ଏହାଦ୍ବାରା କେମିତି ଚାଷୀଙ୍କ ବିକାଶ ହେବ। ବର୍ଷାରେ ଧାନର ରଙ୍ଗ ବଦଳି ଯିବ। ଆଉ ତାହାର FAQ କ୍ୱାଲିଟି ରହିବ ନାହିଁ । ଯାହାଦ୍ବାରା ଚାଷୀ କ୍ଷତି ସାହିବ । ଚାଷୀ ବାଧ୍ୟ ହୋଇ ଦଲାଲମାନଙ୍କୁ ଧାନ ବିକ୍ରି କରି ଶୋଷଣର ଶିକାର ହେବ। ସରକାରଙ୍କ ସବୁ ଘୋଷଣା ନିରର୍ଥକ ହୋଇଯାଇଛି। ଦଲାଲମାନଙ୍କୁ ନିୟନ୍ତ୍ରଣ କରନ୍ତୁ ସରକାର। ମଣ୍ଡିରେ କେମିତି ଚାଷୀଙ୍କ ଧାନ ସୁରକ୍ଷିତ ରହିବ ସେ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ । ସରକାର କହିଥିଲେ କଟନୀ ଛଟନୀ ହେବ ନାହିଁ । କିନ୍ତୁ କଟନୀ ଛଟନୀ ଏବେ ବି ହେଉଛି । ଏଥିପ୍ରତି ଦୃଷ୍ଟି ଦେବାକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

About The Author: The Sakala