ଶିମିଳିପାଳରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ

ବାରିପଦା: ଆଜିଠାରୁ ସର୍ବଭାରତୀୟ ସ୍ତରରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ। ଶିମିଳିପାଳରେ ମଧ୍ୟ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ବନବିଭାଗ ପକ୍ଷରୁ ଏଥିପାଇଁ ଡିଡି, ଡିଏଫ୍ଓ, ଏସିଏଫ୍ ଏବଂ ଡବ୍ଲ୍ୟୁଆଇଆଇ ଟିମ୍ ସହ ୮ଟି ଟିମରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜଙ୍ଗଲରେ ବାଘର ପାଦଚିହ୍ନ, ଆମ୍ପୁଡ଼ା ଚିହ୍ନ ଓ ମଳମୂତ୍ରର ନମୁନାରୁ ବାଘ ଗଣତି କରିଯିବ। ଏଥିସହ ଶିମିଳିପାଳରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ସହଯୋଗ ମଧ୍ୟ ନିଆଯିବ।ଏହି […]

ବାରିପଦା: ଆଜିଠାରୁ ସର୍ବଭାରତୀୟ ସ୍ତରରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ। ଶିମିଳିପାଳରେ ମଧ୍ୟ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ବନବିଭାଗ ପକ୍ଷରୁ ଏଥିପାଇଁ ଡିଡି, ଡିଏଫ୍ଓ, ଏସିଏଫ୍ ଏବଂ ଡବ୍ଲ୍ୟୁଆଇଆଇ ଟିମ୍ ସହ ୮ଟି ଟିମରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜଙ୍ଗଲରେ ବାଘର ପାଦଚିହ୍ନ, ଆମ୍ପୁଡ଼ା ଚିହ୍ନ ଓ ମଳମୂତ୍ରର ନମୁନାରୁ ବାଘ ଗଣତି କରିଯିବ। ଏଥିସହ ଶିମିଳିପାଳରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ସହଯୋଗ ମଧ୍ୟ ନିଆଯିବ।ଏହି ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟ ଦେଇ ବର୍ଷତମାମ ଚାଲିବ। ଏହା ପରେ ଏନ୍‌ଟିସିଏକୁ ରିପୋର୍ଟ ଦିଆଯିବ ଏବଂ ୨୦୨୬ରେ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଶିମିଳିପାଳ ଟାଇଗର ରିଜର୍ଭ (ଏସ୍‌ଟିଆର୍) କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗୀନେନି ସୂଚନା ଦେଇଛନ୍ତି।

About The Author: The Sakala