ସରିଲା ରଥଯାତ୍ରା; ରତ୍ନବେଦୀକୁ ଫେରିଲେ ତିନି ଠାକୁର, ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‌‌ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ ପୁଣି ପୂରିଉଠିଛି। ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିସହ ଚଳିତବର୍ଷର ରଥଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠ […]

ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‌‌ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ ପୁଣି ପୂରିଉଠିଛି। ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିସହ ଚଳିତବର୍ଷର ରଥଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠ ସୁଆଁସିଆମାନେ ପଶି ଚାରମାଳ ଖୋଲିଛନ୍ତି । ଆଜି ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପାଦନ ଚାଲିଛି । ଗୋପାଳବଲ୍ଲଭ ଭୋଗ ପରେ ବାହାରିବ ନୀଳାଚଳ ଅବଢା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ ।

ଆଜିଠୁ ବଡ଼ଦେଉଳରେ ପୁଣି ଆରମ୍ଭ ହେବ ଦାରୁଦିଅଁଙ୍କ ଲୀଳାଖେଳା। ଚଳଚଞ୍ଚଳ ହେବ ରୋଷଶାଳା, ବାହାରିବ ନୀଳାଚଳ ଅବଢ଼ା। ଭକ୍ତ ପାଇବେ ମହାପ୍ରସାଦ, ଆଉ ଶ୍ରୀମନ୍ଦିରରେ ଲାଗିବ ଗହଳ ଚହଳ। ପୁଣି ଥରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ଦର୍ଶନ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଜୁନ୍‌‌ ୨୦ରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ାରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ସିଂହଦ୍ୱାରରେ ପହଞ୍ଚିଥିଲେ ଦାରୁଦିଅଁ। ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ଏବେ ରତ୍ନସିଂହାସନକୁ ବିଜେ କରିଛନ୍ତି ଦାରୁବିଗ୍ରହ।

About The Author: The Sakala