‘ଜାଗା ଦକ୍ଷତା ହବ୍‍’ର ଉଦ୍‍ଘାଟନ ଆଜି

ଭୁବନେଶ୍ୱର : ରାଜ୍ୟର ପ୍ରଥମ ଜାଗା ଦକ୍ଷତା ହବ୍‍ ଗୁରୁବାର ଉଦ୍‍ଘାଟନ ହେବ। ଭୁବନେଶ୍ୱର ସହିଦ ନଗରରେ ଥିବା ଆଇପିଏସ୍‍ସି ବିଲ୍ଡିଂରେ ଏହି ହବ୍‍ ନିର୍ମାଣ କରାଯାଇଛି। ବସ୍ତିରେ ରହୁଥିବା ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆବଶ୍ୟକ ତାଲିମ ସହିତ ଯୁବକ ଯୁବତୀଙ୍କୁ ବୈଷୟିକ ଜ୍ଞାନକୌଶଳ ବିକାଶ କରି ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ଦକ୍ଷତା ବିକାଶ ହବ୍‍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। […]

ଭୁବନେଶ୍ୱର : ରାଜ୍ୟର ପ୍ରଥମ ଜାଗା ଦକ୍ଷତା ହବ୍‍ ଗୁରୁବାର ଉଦ୍‍ଘାଟନ ହେବ। ଭୁବନେଶ୍ୱର ସହିଦ ନଗରରେ ଥିବା ଆଇପିଏସ୍‍ସି ବିଲ୍ଡିଂରେ ଏହି ହବ୍‍ ନିର୍ମାଣ କରାଯାଇଛି। ବସ୍ତିରେ ରହୁଥିବା ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆବଶ୍ୟକ ତାଲିମ ସହିତ ଯୁବକ ଯୁବତୀଙ୍କୁ ବୈଷୟିକ ଜ୍ଞାନକୌଶଳ ବିକାଶ କରି ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ଦକ୍ଷତା ବିକାଶ ହବ୍‍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗତବର୍ଷ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୁଣେ ସ୍ଥିତ ‘ଲାଇଟ୍‍ହାଉସ କମ୍ୟୁନିଟି ଫାଉଣ୍ଡେସନ’ ନାମକ ଏକ ସଂସ୍ଥା ସହିତ ଚୁକ୍ତିନାମା କରାଯାଇଛି।

ପୂର୍ବରୁ ଜାରି ରହିଥିବା ଜାଗା ମିଶନ ଅଧୀନରେ ଏହି ସଂସ୍ଥା ବେକାର ଯୁବକଯୁବତୀଙ୍କୁ ବିଭିନ୍ନ ପ୍ରକାର ତାଲିମ ଦେବା ପରେ ସେମାନଙ୍କୁ ଚାକୀରି ଯୋଗାଇ ଦେବା ପାଇଁ ପଦକ୍ଷେପ ନେବେ। ଏହାଦ୍ୱାରା ସହରାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ସ୍ମାର୍ଟସିଟିର ଆଇପିଏସ୍‍ସି ବିଲ୍ଡିଂରେ ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ଏହାକୁ ଗୁରୁବାର ଉଦ୍‍ଘାଟନ କରିବାକୁ ଯୋଜନା କରାଯାଇଛି। ଜାଗା ମିଶନରେ ବସ୍ତିଗୁଡ଼ିକୁ ଆଦର୍ଶ କଲୋନୀରେ ପରିଣତ କରିବା ପରେ ରାଜ୍ୟ ସରକାର ଜମି ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ସହିତ ସହରାଞ୍ଚଳରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ରୋଜଗାର ଯୋଗାଇ ଦେବାକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କେନ୍ଦ୍ରଗୁଡ଼ିକ ଅଣୁ ଉଦ୍ୟେଗୀ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦେବ। ଏଥିପାଇଁ ବସ୍ତିର ଯୁବକ ଯୁବତୀଙ୍କ ପାଇଁ ଦୀର୍ଘସ୍ଥାୟୀ ନିରନ୍ତର ଜୀବିକା ନିର୍ବାହ ପାଇଁ ଲାଇଟ୍‍ହାଉସ କମ୍ୟୁନିଟିସ ଫାଉଣ୍ଡେସନ ସହଭାବଗିତାରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ହବ୍‍ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ଢେଙ୍କାନାଳ, ପାରାଦୀପ ଏବଂ ଜଟଣୀରେ ହେବାକୁ ଯୋଜନା ହୋଇଥିବା ବେଳେ ପ୍ରଥମ ଦକ୍ଷତାବିକାଶ କେନ୍ଦ୍ରକୁ ଆସନ୍ତାକାଲି ଉଦ୍‍ଘାଟନ କରାଯିବ।

ଏହି କାର୍ଯ୍ୟକ୍ରମ ପାଇଁ ବିଏମ୍‍ସି ଓ ସ୍ମାର୍ଟସିଟି ଲିମିଟେଡ୍‍ ପକ୍ଷରୁ ସମସ୍ତ ପ୍ରସ୍ତୁିତି ଶେଷ ହୋଇଥିବା ବେଳେ ଗୁରୁବାର ଉଦ୍‍ଘାଟନୀ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀ, ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜିନ୍ଦଲ ଷ୍ଟିଲ୍‍ ଓ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଜେଏସ୍‍ପିଏଲ୍‍ର ଅଧ୍ୟକ୍ଷା ସାଲୁ ଜିନ୍ଦଲ ଓ ବିଭାଗୀୟ ଶାସନ ସଚିବ ଜି ମାଥିଭାତନନ, ସ୍ମାର୍ଟସିଟିର ସିଏମଡି ସଞ୍ଜୟ ସିଂ ଓ ଲାଇଟ୍‍ ହାଉସ ସଂସ୍ଥାର ଅଧ୍ୟକ୍ଷ ଗଣେଶ ନଟରାଜନ ପ୍ରମୁଖ ଉପସ୍ଥିତ ରହିବେ। ଏଥିରେ ବିଏମସି ମେୟର ଓ କମିସନର ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

About The Author: The Sakala