ବନ୍ୟାପାଣି ଆସିଯିବାରୁ ଟାପୁରେ ୩ଦିନ ତଳୁ ଫସିରହିଛନ୍ତି ବାପ-ପୁଅ

କଟକ: ମହାନଦୀ ବନ୍ୟା ପାଣିରେ ଫସି ରହିଛନ୍ତି ବାପ- ପୁଅ । ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ଉଭୟ ଫସିରହିଛନ୍ତି। ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ ବାପ ପୁଅ । ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଛନ୍ତି। ସେମାନଙ୍କ ପାଖରେ ଖାଦ୍ୟ  ସରିଯାଇଥିବାରୁ ପରିବାର ବର୍ତ୍ତମାନ ଆଶଙ୍କାରେ ରହିଛନ୍ତି। ସେମାନଙ୍କ ପାଖରେ ଥିବା ଫୋନଟି ମଧ୍ଯ ସୁଇଚ ଅଫ ହୋଇଯାଇଛି। ଯୋଗାଯୋଗ ବିଛିନ୍ନ ହୋଇଯିବାରୁ ପରିବାରଲୋକେ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି।  ତେବେ ଖବର […]

କଟକ: ମହାନଦୀ ବନ୍ୟା ପାଣିରେ ଫସି ରହିଛନ୍ତି ବାପ- ପୁଅ । ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ଉଭୟ ଫସିରହିଛନ୍ତି। ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ ବାପ ପୁଅ । ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଛନ୍ତି। ସେମାନଙ୍କ ପାଖରେ ଖାଦ୍ୟ  ସରିଯାଇଥିବାରୁ ପରିବାର ବର୍ତ୍ତମାନ ଆଶଙ୍କାରେ ରହିଛନ୍ତି। ସେମାନଙ୍କ ପାଖରେ ଥିବା ଫୋନଟି ମଧ୍ଯ ସୁଇଚ ଅଫ ହୋଇଯାଇଛି। ଯୋଗାଯୋଗ ବିଛିନ୍ନ ହୋଇଯିବାରୁ ପରିବାରଲୋକେ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି।  ତେବେ ଖବର ପାଇ ଓଡ୍ରାଫ ଟିମ ପହଞ୍ଚିଛି। ଓଡ୍ରାଫ ଟିମ୍ ଜରିଆରେ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଯ ଆରମ୍ଭ ହୋଇଛି। ବର୍ତ୍ତମାନ ବିପଦ ସଙ୍କେତ ଉପରେ ମୁଣ୍ଡଳିରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ପ୍ରବଳ ସୁଅ ରହିଛି।  ଉଦ୍ଧାର କାରି ଦଳ ଓଡ୍ରାଫ ଟିମ୍ ପାଇଁ ଏହା ଚ୍ଯାଲେଞ୍ଜ ହୋଇପାରେ। ଘଟଣା ସ୍ଥଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ଯ ଉପସ୍ଥିତ ରହିଛନ୍ତି।

About The Author: The Sakala